ଓଡିଶା

ରାଜଧାନୀରେ ଘରେ ଲାଗିବ ଡିଜିଟାଲ ନମ୍ବର

ଭୁବନେଶ୍ୱର: ରାଜଧାନୀରେ ଏଣିକି ସ୍ମାର୍ଟ ଆଡ୍ରେସ ଲାଗୁ ହେବ । ବଦଳିବ ରାଜଧାନୀର ଘର ଠିକଣା । ପ୍ରତି ଘର ପାଇଁ ଏକ ସ୍ୱତନ୍ତ୍ର ସ୍ମାର୍ଟ ନମ୍ବର ଜାରି ହେବ । ଫଳରେ ଠିକଣା ଖୋଜିବା ବି ହେବ ସହଜ । ଠିକଣା ଖୋଜିବାରେ ହେଉଥିବା ସମସ୍ୟା ଦୂର କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସ୍ମାର୍ଟ ଆଡ୍ରେସ ପ୍ରକ୍ରିୟା କାର୍ଯ୍ୟ ହାତକୁ ନେଇଛି । ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି।
ସାଧାରଣତଃ ଘର ଠିକଣାରେ ଲେନ୍ ନମ୍ବର, ଲ୍ୟାଣ୍ଡ ମାର୍କ, ପ୍ଲଟ୍ ନମ୍ବର ବାଧ୍ୟତାମୂଳକ ହୋଇଥାଏ । କିନ୍ତୁ ଏହି ବ୍ୟବସ୍ଥା ହେବା ପରେ କେବଳ ଅଞ୍ଚଳର କୋଡ୍, ଘର ନମ୍ବର ଓ ଷ୍ଟ୍ରିଟ୍ ନମ୍ବର ରହିବ । ବିଏମ୍‌ସି ପକ୍ଷରୁ ଏଥିପାଇଁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ୍ ବି ରହିବ। ଫେବୃଆରୀ ୧୩ରୁ ପୁରା ଭୁବନେଶ୍ୱରରେ ଡିଜିଟାଲ୍ ଡୋର୍ ନମ୍ବର ପାଇଁ ସର୍ଭେ କରାଯିବ । ପ୍ରାୟ ୩ ମାସ ମଧ୍ୟରେ ସର୍ଭେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିନେଇ ବିଏମସିକୁ ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ହାଇଦ୍ରାବାଦର ନବଯୁଗ ସ୍ପେସିଆଲ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସହ ବିଏମ୍‌ସି ଏମଓୟୁ ସ୍ୱାକ୍ଷର କରିଛି।
ଗତକାଲି ୬,୨୩ ଓ ୩୦ ନମ୍ବର ୱାର୍ଡରେ ଡିଜିଟାଲ ଡୋର ନମ୍ବରିଂ ଆରମ୍ଭ ହୋଇଛି।  ୧୦୦ ଯୁବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।    ୬୦ରୁ ଅଧିକ ଘରେ ଷ୍ଟିକର ଲଗାଯାଇଛି। ଏହି ସର୍ଭେ କର୍ତ୍ତା ଘର ମାଲିକଙ୍କ ନାଁ, ଫୋନ ନମ୍ବର, ଷ୍ଟ୍ରିଟ ନମ୍ବର, ପିନ୍‌ କୋର୍ଡ, ଆଧାର ନମ୍ବର ସଂଗ୍ରହ କରୁଛନ୍ତି। ପ୍ରତି ୱାର୍ଡ ପାଇଁ ସ୍ୱତନ୍ତ୍ର ନମ୍ବର ରହିଛି। ଗୁଗଲ ସହ ଏହି ନମ୍ବରକୁ ଲିଙ୍କ କରାଯିବ।

 

Related posts

ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

mahabharatanews

ବରିଷ୍ଟ ନାଗରିକଙ୍କ ସଚେତନତା କାର୍ଯକ୍ରମ

mahabharatanews

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

mahabharatanews