ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଧର୍ମେନ୍ଦ୍ର । ଜୀବନ ପାଇଁ ଏତେ ଦିନର ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଛନ୍ତି । ଧର୍ମେନ୍ଦ୍ରଙ୍କ ପରିବାର ତାଙ୍କୁ ହସ୍ପିଟାଲରୁ ଘରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ପରିବାର ପକ୍ଷରୁ ତାଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ପରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ଡିସଚାର୍ଜ କରାଯାଇଛି ଏନେଇ ଡାକ୍ତରଙ୍କ ସୂଚନା ମିଳିଛି । ଘରେ ତାଙ୍କର ଚିକିତ୍ସା କରାଯିବ । ବ୍ରିଚ୍ କ୍ୟାଣ୍ଡିର ଡାକ୍ତରମାନେ ଅଭିନେତାଙ୍କୁ ଡିସଚାର୍ଜ କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ପରିବାର ଲୋକ ତାଙ୍କୁ ଘରେ ଚିକିତ୍ସା ଯୋଗାଇ ଦେବାକୁ ନିଷ୍ପତ୍ତି ନେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ୮୯ ବର୍ଷୀୟ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।
ଅଭିନେତାଙ୍କ ପରିବାର ଡାକ୍ତରଙ୍କ ପରାମର୍ଶ ପାଳନ କରି ତାଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ତା’ପରେ ତାଙ୍କୁ ଆମ୍ବୁଲାନ୍ସରେ ଘରକୁ ନିଆଯାଇଛି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ସୂଚନା ପ୍ରଦାନ କରିଛନ୍ତି। ମଙ୍ଗଳବାର ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଯାହାକୁ ନେଇ ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ସୋସିଆଲ ମିଡିଆ ପୋଷ୍ଟରେ ଏପରି ଗୁଜବକୁ ଖଣ୍ଡନ କରିଥିଲେ । ଗୁଜବ ପରେ, ହେମା ମାଳିନୀ ଏହାକୁ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ଟ୍ୱିଟ୍ କରିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଏବଂ ସେ ସ୍ଥିର ଅଛନ୍ତି ବୋଲି ସୂଚନା ଦେଇଥିଲେ। ହେମା ମାଳିନୀଙ୍କ ପୂର୍ବରୁ, ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଥିଲେ । ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ ।
