Uncategorized

ଆରଟିଓ ବ୍ୟତୀତ ଏକାଧିକ ସଂସ୍ଥାରୁ ମିଳିବ ଡିଏଲ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଲା ନୂଆ ନିୟମ। ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟାକୁ ସହଜ କରିବାକୁ ଏହି ନିୟମ କରାଯାଉଛି । ଆଉ ଆରଟିଓରେ ଲମ୍ୱା ଧାଡ଼ିରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଡିବ ନାହିଁ। ଅଟୋମୋବାଇଲ କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍, ଏନଜିଓ କିମ୍ବା ଆଇନଗତ ଭାବରେ ଅନୁମତି ପ୍ରାପ୍ତ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ତାଲିମ କେନ୍ଦ୍ର ଏହି ଡ୍ରାଇଭିଂ ଲାଇସେନ୍ସ ଦେଇ ପାରିବେ। ସଡ଼କ ଓ ପରିବହନ ମନ୍ତ୍ରାଳୟ ଏହି ସୂଚନା ଦେଇଛି।
ତେବେ ଲାଇସେନ୍ସ ପ୍ରଦାନକାରୀ ସଂସ୍ଥା ପାଇଁ କିଛି ସର୍ତ୍ତ ରଖାଯାଇଛି । ଏହା ଅଧୀନରେ ଆବେଦନ କରୁଥିବା ଆଇନଗତ ସଂସ୍ଥା କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ଯେଉଁଠି ଏହି ସଂସ୍ଥା ଖୋଲାଯାଇଥିବ ସେଠାରେ ଆବଶ୍ୟକ ଭିତ୍ତିଭୂମି କିମ୍ବା ସୁବିଧା ରହିବା ଉଚିତ୍। ଏଥିସହ ସଂସ୍ଥା ଖୋଲିବାକୁ ଆବେଦନ କରିଥିବା ବ୍ୟକ୍ତି ତାଙ୍କର ଆର୍ଥିକ କ୍ଷମତା ମଧ୍ୟ ଦର୍ଶାଇବାକୁ ହେବ। ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟ ସରକାରଙ୍କୁ ସ୍ୱୀକୃତିପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ରର ବ୍ୟବସ୍ଥା ଏବଂ ସ୍ୱୀକୃତି ପ୍ରଣାଳୀକୁ ମଧ୍ୟ ବ୍ୟାପକ ପ୍ରଚାର କରିବାକୁ ହେବ। ଆବେଦନ ତାରିଖ ଠାରୁ ୨ମାସ ମଧ୍ୟରେ ଜିଲ୍ଲା ପରିବହନ କାର୍ୟ୍ୟାଳୟ ମାନ୍ୟତା ପାଇଁ ଅନୁମୋଦନ ପ୍ରଦାନର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବ।

 

Related posts

୩୦ଟି ବିମାନବନ୍ଦରରେ ସ୍କ୍ରିନିଂ, ରିଙ୍ଗ ଟୋନରେ କୋରୋନା ସଂକ୍ରମଣ ବାର୍ତ୍ତା

mahabharatanews

ଫାଭିପିରାଭିର, ଫାଇଟୋ-ଫାର୍ମାସ୍ୟୁଟିକାଲ୍ ପରୀକ୍ଷାକୁ ମିଳିଲା ଅନୁମତି

mahabharatanews

ସୁସ୍ଥ ହୋଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

mahabharatanews