Uncategorized

ଆସିବ ଡିଜିଟାଲ ମିଟର

ରିଚାର୍ଜ କଲେ ଜଳିବ ଲାଇଟ, ନକଲେ ଘର ଅନ୍ଧାର

ଭୁବନେଶ୍ୱର: ବର୍ତ୍ତମାନ ଡିଜିଟାଲ ଯୁଗରେ ବିନା ଡିଜିଟାଲରେ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଡିଜିଟାଲ ବିଦ୍ୟୁତ ମିଟର ଆସିଯାଇଛି। ମୋବାଇଲ ଭଳି ଏହାକୁ ରିଚାର୍ଜ କରିବାକୁ ପଡିବ। ରିଚାର୍ଜ କଲେ ଆପଣଙ୍କ ଘର ଜଳିବ ନହେଲେ ଘର ଅନ୍ଧାର ହୋଇଯିବ। ଏହି ଡିଜିଟାଲ ମିଟରକୁ ରିଚାର୍ଜ କରିବା ପରେ ବିଦ୍ୟୁତ ସେବା ମିଳିବ। ଖାଲି ସେତିକି ନୁହେଁ ଏହି ମିଟରରେ ଆପଣ ପ୍ରିପେଡ ଓ ପୋଷ୍ଟପେଡ ସୁବିଧା ପାଇପାରିବେ। ଆପଣ ଚାହିଁଲେ ରିଚାର୍ଜ କରି ବିଦ୍ୟୁତ ଜାଳି ପାରିବେ କିମ୍ବା ବିଦ୍ୟୁତ ଜାଳି ସାରିବା ପରେ ଜାଳି ଥିବା ଅନୁସାରେ ଟଙ୍କା ପୈଠ କରିପାରିବେ। ପ୍ରଥମ ପର୍ଯ୍ୟାୟରେ କିଛି ଘରେ ଏହି ମିଟର ଲଗାଯାଇଛି। ଟାଟା ପକ୍ଷରୁ ସବୁ ସ୍ଥାନରେ ଏହି ମିଟର ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ମିଟରରେ ଥିବା ଚିପ ମାଧ୍ୟମରେ ଆପଣ କେତେ ପରିମାଣର ବିଜୁଳି ଜାଳିଛନ୍ତି ଓ ଆପଣଙ୍କୁ କେତେ ପଇସା ପଇଠ କରିବେ ସେକଥା ନିଜ ମୋବାଇଲରେ ଜାଣିପାରିବେ। ବର୍ତ୍ତମାନ ପାଇଁ ପ୍ରଥମ ଥର ପାଇଁ ଉଭୟ ପୋଷ୍ଟପେଡ ଏବଂ ପ୍ରିପେଡ ସେବା ପ୍ରଦାନ କରାଯାଉଛି। ତେବେ ପରବର୍ତ୍ତୀ ସମୟରେ ଉପଭୋକ୍ତାଙ୍କ ପସନ୍ଦ ଅନୁସାରେ ପ୍ରିପେଡ କିମ୍ବା ପୋଷ୍ଟ ପେଡରେ ଏହାକୁ ପରିବର୍ତ୍ତନ କରାଯିବ। ତେବେ ଜୟପୁର ଗ୍ରାହକ ମଧ୍ୟ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ବିଦ୍ୟୁତ ବିଲ କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବାବେଳେ ବର୍ତ୍ତମାନ ସେଭଳି ହେବ ନାହିଁ ଉପଭୋକ୍ତାମାନେ ଆଶା ପ୍ରକଟ କରିଛନ୍ତି।

Related posts

ଧାରା ୩୭୦ ଉଚ୍ଛେଦ ପରେ ଫାରୁକ, ମେହବୁବାଙ୍କ ବୈଠକ

mahabharatanews

ଆସାମ ବନ୍ଦୀ ଗୃହରେ ୩ ବର୍ଷରେ ୨୬ ମୃତ୍ୟୁ

mahabharatanews

ସେନାଙ୍କ ଗାଡି ଦୁର୍ଘଟଣା, ୨ ଯବାନ ମୃତ

mahabharatanews