ଓଡିଶା

ଆରମ୍ଭ ହେଲା ଭୁବନେଶ୍ୱରରୁ ସିଙ୍ଗାପୁର ବିମାନ ସେବା

(ଭୁବନେଶ୍ୱର) :  ଦୁବାଇ ପରେ ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ । ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ବିକଶିତ, ସିଙ୍ଗାପୁର ସହ ଓଡିଶାର ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି  ।

ସୂଚନାନୁଯାୟୀ ,  ସିଧାସଳଖ ବିମାନ ଚଳାଚଳ କରିବା ଦ୍ୱାରା ଓଡିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗ ବଢ଼ିବା ସହ ଜ୍ଞାନକୌଶଳର ଆଦାନ ପ୍ରଦାନ ହେବ, ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର   ଟିକେଟ ମୂଲ୍ୟ ଓ ସମୟ: ଉଭୟ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଯିବା ଓ ଆସିବା ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୫ ହଜାର ଟଙ୍କା ରଖାଯାଇଛି । ଭୁବନେଶ୍ୱରରୁ ସିଙ୍ଗାପୁର ଅଭିମୁଖେ ବିମାନ ସକାଳ ୬ଟା ୨୫ରୁ ଉଡାଣ ଆରମ୍ଭ କରିବ । ସିଙ୍ଗାପୁରରେ ଦିନ ୧ଟା ୫ମିନିଟରେ ବିମାନ ପହଞ୍ଚିବ । ସିଙ୍ଗାପୁରରୁ ବିମାନ ଦିନ ୨ଟା ୧୦ରୁ ବାହାରି ଅପରାହ୍ନ ୩ଟା ୫୦ ମିନିଟରେ ଭୁବନେଶ୍ବରର ପହଞ୍ଚିବ । ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଅପରାହ୍ନ ୪ଟା ୫୦ ମିନିଟରେ ବାହାରି ରାତି ୯ଟା ୧୦ରେ ବ୍ୟାଙ୍କକରେ ପହଞ୍ଚିବ । ବ୍ୟାଙ୍କକରୁ ବିମାନ ରାତି ୧୦ଟା ୧୦ ମିନିଟରେ ବାହାରି ରାତି ୧୧ଟା ୧୫ ମିନିଟରେ ଭୁବନେଶ୍ବରରେ ପହଞ୍ଚିବ  ବୋଲି ସୂଚନା ମିଳିଛି । ।

 

Related posts

ବଡ଼ଦିନରେ ଉଦାହରଣ ସାଜିଲେ କରଣ

mahabharatanews

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ

mahabharatanews

ଆଜିଠୁ ସିଧାସଳଖ ଉଡ଼ିବ ଭୁବନେଶ୍ୱର-ଦୁବାଇ ବିମାନ 

mahabharatanews