ଓଡିଶା

 ଆରମ୍ଭ ହେଲା ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ

(ଭୁବନେଶ୍ୱର) : ଆରମ୍ଭ ହେଲା ଶ୍ରୀଅଲାରନାଥଙ୍କ ଦର୍ଶନ । ଏଥିପାଇଁ ମଧ୍ୟ ପ୍ରବଳ ଭିଡ଼ । ହେବ ଏଣୁ ଏଠାକୁ ଭକ୍ତମାନଙ୍କର ଶୃଙ୍ଖଳିତ ତଥା ନିରାପଦ ଯାତ୍ରାକୁ ନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ୱତନ୍ତ୍ର ‘ମୋ ବସ୍’ ଚଳାଚଳ ପାଇଁ ଯୋଜନା ହୋଇଛି।

 

ସେପଟେ ଶ୍ରୀଜିଉଙ୍କ ଅଣସର ନୀତି ୧୫ ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ।

Related posts

ଆଜିଠୁ ‘ମୋ ଘର’ ପାଇଁ କରିପାରିବେ ଆବେଦନ

mahabharatanews

୫୦ ବସ୍ତା କୋଇଲା ଜବତ, ୧ ଗିରଫ

mahabharatanews

ନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛ

mahabharatanews