Uncategorized

ଆଇସୋଲେଟେଡ୍ ବ୍ୟକ୍ତିଙ୍କୁ ପୁସ୍ତକ ବଣ୍ଟନ

ୱାୟାନାଡ: ୱାୟାନାଡ ଜିଲ୍ଲାରେ ହୋମ କ୍ୱାରେଣ୍ଟାଇଲ ଥିବା ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହି ଓ ସାମୟିକ ପୁସ୍ତିକା ପ୍ରଦାନ କରାଯାଉଛି । କରୋନା ଭୂତାଣୁ ସଂକ୍ରମଣକୁ ନେଇ ପାମ୍ପଲେଟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ୱ।।ୟାନାଡ ପ୍ରଶାସନ ପକ୍ଷରୁ ପୁସ୍ତୁକା ଯୋଗାଇ ଦିଆଯାଉଛି । ସରକାର ପକ୍ଷରୁ ଆଇସୋଲେଟେଡ ଥିବା ବ୍ୟକ୍ତି ପାଇଁ ଏକ ସକାରାତ୍ମକ ପଦକ୍ଷେପ ।ଏହା ମାଧ୍ୟମରେ ଆମେ ସେହି ଆଇସୋଲେଟେଡ ବ୍ୟକ୍ତିବିଶେଷଙ୍କ ପ୍ରତି ମାନବିକତା ପ୍ରଦର୍ଶନ ପୂର୍ବକୁ ସେମାନଙ୍କୁ ଜଣାଇବାକୁ ଚାହୁଁଛୁ କି ପୁରା ସମାଜ ସେମାନଙ୍କ ସହ ରହିଛି । ସମାଜ ମଙ୍ଗଳ ପାଇଁ ସେମାନଙ୍କୁ ଆଇସୋଲେଟରେ ରଖାଯାଇଛି କେବଳ ବୋଲି ଜିଲ୍ଲାପାଳ ଡ ଅଦିଲା ଅବଦୁଲ୍ଲା କହିଛନ୍ତି ।

ଡୋନେଟ ଏ ବୁକ ଯୋଜନା ମଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । କେହିବି କ୍ୟାରେଣ୍ଟାଇନ ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ନିକଟରେ ଥିବା ବହି ଓ ସାମୟିକ ପୁସ୍ତିକାକୁ ପ୍ରଦାନ କରି ପାରିବେ । ଏହି ଯୋଜନାରେ ବେଶ ଭଲ ପ୍ରତିକ୍ରୟା ଦେଖିବାକୁ ମିଳୁଛି । ଲୋକେ ଆସୋଲେଟେଡ ବ୍ୟକ୍ତିଙ୍କ ମନୋରଞ୍ଜନ ପାଇଁ ସହଯୋଗର ହାତ ବଢାଇଛନ୍ତି । ସେହି ଆସୋଲେଟେଡ ବ୍ୟକ୍ତି ବହି ପଢି ସେମାନଙ୍କ କଠିନ ସମୟକୁ ବିତେଇବାରେ ଏହା ସହଯୋଗ କରୁଛି ।

Related posts

ଦିଲ୍ଲୀ ହିଂସା ଜାତୀୟ ଲଜ୍ଜା: ମନମୋହନ

mahabharatanews

ଶାନ୍ତି ବଜାୟ ରଖିବାରେ ବିଶ୍ୱରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇରାନ ରାଷ୍ଟ୍ରଦୂତ

mahabharatanews

ଦୁଇ ଦିନ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ଝଡବର୍ଷା, ବଜ୍ରପାତ ଆଶଙ୍କା

mahabharatanews