ଓଡିଶା

ଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି ‘ଦିଶା’ ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପରିଷଦ ଦ୍ବାରା ଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି (ଦିଶା ) ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସମସ୍ତଙ୍କୁ ସ୍ବାଗତ କରିଥିଲେ । ଅନୁଗୋଳ ଜିଲ୍ଲାର କୃଷି, ପାନୀୟ ଜଳ, ଜଳସେଚନ, ଶିଳ୍ପ ଇତ୍ୟାଦିକୁ ନେଇ ଏକ ସୁନିୟୋଜିତ ମାଷ୍ଟର ପ୍ଲାନ କରିବା ପାଇଁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଜନ ପ୍ରତିନିଧ୍ବ ଏବଂ ପ୍ରଶାସନିକ ଅଧୂକାରୀ ମିଳିତ ସହ‌ଯୋଗରେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯିବା ସହିତ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଦକ୍ଷତା କାଶ, କୃଷି, ଜଳସେଚନ, ପାନୀୟ ଜଳ, ନିରନ୍ତର ବିଦ୍ୟୁତ୍ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ଜାତୀୟ ରାଜପଥର ସମ୍ପ୍ରସାରଣ, ରେଲୱେ ଅଣ୍ଡର ପାସ୍, ନୂତନ ସଡକ ଭିତିଭୁମୀ, ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ।

ବିଭିନ୍ନ ଭାଗମାନଙ୍କୁ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଓ ଜନହିତକର ଯୋଜନାଗୁଡିକୁ –ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହା ସହିତ ପି ଏମ୍ ସୂର୍ଯ୍ୟଘର ଯାଜନା ମାଧ୍ୟମରେ ଜିଲ୍ଲାର ଯେପରି ସର୍ବାଧିକ ଘରେ ସୋଲାର ପ୍ୟାନେଲ ଲାଗିପାରିବ ତାହା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ , ସମସ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ଯକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧୂକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ଶ୍ରୀ ଦେବଦତ୍ତ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବନ୍ଧୁକ ଦେଖାଇ ମନ୍ଦିରରୁ ଲୁଟ

mahabharatanews

ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଏରସମା ୱାର୍କର୍ସ ୟୁନିୟନ

mahabharatanews

ଗ୍ୟାସ ପାଇଁ ଲୋକ ହନ୍ତସନ୍ତ,ବତରକଙ୍କୁ ତାଗିଦ କଲେ ତହସିଲଦାର

mahabharatanews