ଓଡିଶା

ଯୁବ ରେଡକ୍ରସ୍ ତରଫରୁ ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ରାୟଗଡ଼ା ଜିଲ୍ଲା ବିଷମ କଟକ ସ୍ଥାନୀୟ ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ୍ କ୍ରସ୍ ତରଫରୁ ଆୟୋଜିତ ତିନିଦିନିଆ ଜିଲ୍ଲା ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଆଜି  ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଶିବିରଟି ଗତ ୨୧ ତାରିଖରେ ଆରମ୍ଭ ହୋଇଥିଲା। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଦୂରଦୂରାନ୍ତରୁ ଆସିଥିବା ଏକଶହରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଏବଂ ୧୭ ଜଣ ଉପଦେଷ୍ଟା ଯୋଗଦାନ କରିଥିଲେ। ଆଜିର ଉଦ୍‌ଯାପନୀ କାର୍ଯ୍ୟକ୍ରମ ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାଶଙ୍କର ନିମାଲପୁରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ନୀଳମାଧବ ହିକକା ଯୋଗ ଦେଇଥିଲେ। ସେ ସ୍ୱେଚ୍ଛାସେବୀମାନଙ୍କୁ ଉଦ୍‌ବୋଧନ ଦେଇ ୱାଇ.ଆର୍. ସି ସମ୍ପର୍କରେ ଏବଂ ଆଗାମୀ ଭବିଷ୍ୟତରେ ଏହାର କାର୍ଯ୍ୟକାରିତା ବିଷୟରେ ସୂଚନା ଦେଇ ପ୍ରେରଣା ଯୋଗାଇଥିଲେ। ଏହି କାର୍ଯ୍ୟକ୍ରମରେ  ଶ୍ରୀ ନରେଶ ଚନ୍ଦ୍ର ସାହୁ, ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଏବଂ ଶ୍ରୀ ଟିକେଶ୍ୱର ମାଝୀ  ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶ୍ୱିନୀ କୁମାର ପଣ୍ଡା ଅନ୍ୟତମ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିବିର ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଓ ପ୍ରଶିକ୍ଷଣ ଦିଆଯାଇଥିଲା।

ଏଥି ମଧ୍ୟରେ ହେଚଆଇଭି, ଯୋଗ, ମହିଳା ସଶକ୍ତିକରଣ, ରକ୍ତଦାନ ଶିବିର , ଅଗ୍ନି ନିରାପତ୍ତା , ସ୍ୱଚ୍ଛ ଭାରତ ରାଲି  ଏବଂ ସଚେତନତା ରାଲି  ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ପ୍ରତିଯୋଗୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା:ପ୍ରବନ୍ଧ,ଚିତ୍ରାଙ୍କନ, କୁଇଜ୍, ସଙ୍ଗୀତ,ନୃତ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ କଳା ପ୍ରଦର୍ଶନ କରିଥିଲେ। ଶିବିରର ଅନ୍ତିମ ଦିବସରେ ସମ୍ମାନିତ ଅତିଥିମାନଙ୍କ କର କମଳରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବାରେ ଯୁକ୍ତ ଦୁଇ ରେଡ୍ କ୍ରସ୍ ଉପଦେଷ୍ଟା ଶ୍ରୀ ଦୟାନିଧି ବାଙ୍ଗାରି ଏବଂ ଜିଲ୍ଲା ରେଡ୍ କ୍ରସ୍ ସଂଯୋଜକ ଶ୍ରୀ ପ୍ରଶାନ୍ତ ପଣ୍ଡା ସହଯୋଗ କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଯୁକ୍ତ ତିନି ଯୁବ ରେଡ୍ କ୍ରସ୍ ଉପଦେଷ୍ଟା ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ କରିଥିବା ବେଳେ ଅଧ୍ୟାପକ ଶ୍ରୀ କେଦାର ସାହୁକାର ଧନ୍ୟବାଦ ଅର୍ପଣ କରିଥିଲେ। ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ତିନି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ।

Related posts

ଗଛରେ ପିଟି ହେଲା ବସ୍, ୧୦ ଯାତ୍ରୀ ଆହତ

mahabharatanews

ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

mahabharatanews

ଟୋଲବ୍ରାହ୍ମଣୀ ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ

mahabharatanews