ବ୍ୟାସନଗର ବାସି ଙ୍କ ଦୀର୍ଘ ଦିନ ର ପ୍ରତୀକ୍ଷା ର ଅନ୍ତ ଘଟାଇ ଆଜି କୋରେଇ ବିଧାୟକ ଆକାଶ ଦାସ ନାୟକ ଙ୍କ କରକମଳ ରେ ପୂର୍ତ୍ତ ବିଭାଗ ପକ୍ଷରୁ ପାଖାପାଖି 17କୋଟି ଟଙ୍କା ବେୟ ଅଟକଳରେ ଏକ ନୂତନ ଗୃହର ଶୁଭ ଭିତିପ୍ରସ୍ତର ସ୍ଥାପନା କରାଯାଇଅଛି। ଆଜି ବିଧାୟକ ନିଜ ହଜାର ସମର୍ଥକଙ୍କ ସହ ବ୍ୟାସଦେବ ଟାଉନ ହଲ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ଚୋର୍ଦା ବାଇପାସ ଠାରେ ଗ୍ରୀଷ୍ମ ଋତୁ ପରିପ୍ରେକ୍ଷୀରେ ଯାତ୍ରୀ ମାନଙ୍କ ପାଇଁ ଏକ ଜଳଛତ୍ରର ଶୁଭ ଉଦଘାଟନ କରିବା ସହିତ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚି ଥିଲେ। ସହରବାସିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହିତ ଦୀର୍ଘ ଦିନର ସ୍ବପ୍ନକୁ ପୂରଣ କରି ଆଜି ସହର ବାସିଙ୍କ ମୁହଁରେ ହସ ଫୁଟାଇଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ଶିଳ୍ୟାନ୍ୟାସ ଉତ୍ସବରେ ବ୍ୟାସନଗର ପୌରଧକ୍ଷ ସୁବାସ ଚନ୍ଦ୍ର ବଳ, 18 ନମ୍ବର କାଉଁସିଲର ଭରତ ଓଝା ମେଡିକାଲ ଅଫିସର ପ୍ରସଂଜିତ କର ,ସତ୍ୟନାରାୟଣ ମହନ୍ତି, ସୋମେନ୍ଦ୍ର ରାଉତ,ଧନେଶ୍ୱର ବାରିକ, ଅଚୁତାନନ୍ଦ ଦାସଙ୍କ ସମେତ ବିଜେପିର ଅନେକ ବରିଷ୍ଠ କର୍ମୀ ଓ ପାରିଷଦ ମାନେ ଉପସ୍ଥିତ ରହିଥିଲେ।ଏହି ନୂତନ ଘର ଉଦଘାଟନ ହେବା ଦ୍ଵାରା ସହର ବାସି ଙ୍କ ଦୀର୍ଘ ଦିନ ର ଆଶା ଓ ବିଶ୍ୱାସ ପୂରଣ ହୋଇଥିବା ବିଧାୟକ କହିଥିଲେ ।
