ଓଡିଶା

ଓଡ଼ିଆ ସ୍ୱାଭିମାନ ମଞ୍ଚ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ଯୋଡା ରେ ଓଡ଼ିଆ ସ୍ୱାଭିମାନ ମଞ୍ଚ ପକ୍ଷରୁ  ଓଡ଼ିଆ ନବ ବର୍ଷ ତଥା ବିଷୁବ ସଂକ୍ରାନ୍ତି ପାଳନ କରାଯାଇଛି। ଏହି ଅବସରରେ ପୂର୍ବ ଯୋଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ  ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ପରେ  ଏକ ଶୋଭାଯାତ୍ରା ବାହାରି ଥିଲା ।ଏହି ଶୋଭାଯାତ୍ରାରେ  ବଂ।ଶପାଣି ର ସଙ୍କୀର୍ତ୍ତନ ଦଳ,ସର୍ଗୀ ତଳିଆ ଅଞ୍ଚଳର ଆଦିବାସୀ ନୃତ୍ୟ,ପାଟଣା ଗୁଣ୍ଡୁରିପୋଷି ର ଚାଂଗୁ ନୃତ୍ୟ,ମୟୂର ଭଞ୍ଜ ର ସାନ୍ତାଳୀ ନୃତ୍ୟ,ସାଲେପୁର ର ଘଂଟୁଆ,ଛତିଆ ରୁ ଆସିଥିବା ଲହୁଡ଼ି ଖେଳ ପ୍ରଭୃତି ନିଜନିଜର କଳା ପ୍ରଦର୍ଶନ କରି ଏକ ବିରାଟ ପଟୁଆର ରେ ଶୋଭାଯାତ୍ରା  ବାହାରି ଯୋଡା ସହର ରେ ଥିବା ଓଡ଼ିଆ ବର ପୁତ୍ର ଙ୍କ  ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା  । ଯୋଡା  ଟାଟା ଷ୍ଟିଲ ଅଡି ଟରିୟମ ଠାରେ ପହଞ୍ଚି ସେଠାରେ ପଣା ବଣ୍ଟନ  କରାଯିବ। ସହିତ  ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।ଏହି ଶୋଭାଯାତ୍ରାରେ  ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ପଦ୍ମଶ୍ରୀ ଦଇତାରୀ ନାଏକ,ଯୋଡା ପୌର  ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ,ଉପ ନଗର ପାଳ ସନ୍ଧ୍ୟା ପାତ୍ର,,ଯୋଡା ପୌର ପରିଷଦ ର ସମସ୍ତ କାଉଁସିଲର ଯୋଗଦେଇଥିଲେ ।

ଓଡ଼ିଆ ସ୍ୱାଭିମାନ ମଞ୍ଚ ର ସଭାପତି ଚର୍ଚିଲ ମହାକୁଡ ତାଙ୍କ ଉଦ୍ୟମରେ ବିଶୁ ବସଂକ୍ରାନ୍ତି ଏବଂ ଓଡିଆ ନବର୍ଷ  ବଟୁଆର କାର୍ଯ୍ୟ କରାଜାଇ ଥୁଲା ଯୋଡା ଜଗନ୍ନାଥ ମନ୍ଦିର ରୁ ଆରମ୍ଭ କରାଯାଇ ପୋଡା ଅତିଟୋରିଅମ ପର୍ଷ୍ୟନ୍ତ କରାଯାଇ ପଣା ବଟନ କରାଯାଇ ଥିଲା । ବିଖ୍ଯତ ଲୋକକଳା ନୃତ୍ୟ ପ୍ରଭୃତି ସ୍ଵଭାଯାତ୍ରା ରେ ଏହି ପଟୁଆର ସହର ପରିକ୍ରମା କରିଥିଲା ।

Related posts

ଘର ଛାତ ପଡି କାର୍ୟ୍ୟରତ ଶ୍ରମିକ ମୃତ

mahabharatanews

ରଥ ନିର୍ମାଣ ପାଇଁ ନବମ ପର୍ଯ୍ୟାୟରେ ୨୭ ଖଣ୍ଡ ୪୦ ଫୁଟିଆ ଧଉରା ଓ ଅସନ କାଠ ପହଞ୍ଚିଲା

mahabharatanews

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

mahabharatanews