ଓଡିଶା

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରଶାସନ ପକ୍ଷରୁ  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଅଧ୍ଯକ୍ଷତା କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ପରେଡ୍‌ରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସାମିଲ କରିବା ପାଇଁ ଜିଲାପାଳ ପ୍ରସ୍ତାବ ଦେଇଛନ୍ତି | ଏବର୍ଷ ମଧ୍ୟ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। କଟକର ଗର୍ବ ଓ ଗୌରବ ବାଲିଯାତ୍ରାକୁ ନେଇ ଚଳିତଥର ଏକ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ଼ ପରେଡ୍‌ରେ ସାମିଲ ହେବେ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପ୍ରଦର୍ଶନ କରାଯିବାକୁ ସ୍ଥିର କରାଯାଇଛି।

ଏଥିସହ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ରକ୍ତଦାନ ଶିବିର ଏବଂ ପ୍ରଥମଥର ପାଇଁ ପୁସ୍ତକ ପ୍ରଦର୍ଶନୀ ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି। ତତ୍ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ପତ୍ର ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି। ଏହି ବୈଠକରେ ସିଏମସି କମିସନର କିରନଦୀପ କୌର ସହୋତା, ଅତିରିକ୍ତ ଜିଲାପାଳ ଶିବ ଟସ୍ପୋ, ଅତିରିକ୍ତ ଜିଲାପାଳ ଡ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲାପାଳ ଡ. ଈପସିତା ପ୍ରିୟଦର୍ଶିନୀ ମିଶ୍ର, ସଦର ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ରଥଯାତ୍ରା ବନ୍ଦ ବେଳେ ଉଦଳା ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା

mahabharatanews

ଗିରଫ ହେଲେ ପ୍ରତାରକ ପ୍ରେମିକ

mahabharatanews

ସୃଷ୍ଟି ହେବ ଏକ ଲଘୁଚାପ , ଆଜିଠୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା

mahabharatanews