ଓଡିଶାରାଜନୀତିଶିକ୍ଷା

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାନୁଆରୀ ୦୭ ତାରିଖ ଅର୍ଥାତ ଆସନ୍ତା କାଲି ବାଣପୁର ଗସ୍ତରେ ଥିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଖୋର୍ଦ୍ଧା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଣପୁରର ପଲଟନ ପଡ଼ିଆରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେବେ ଏବଂ ଏହାସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାବକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭିଡକୁ ନିୟନ୍ତ୍ରଣ କରିବା ସହ ଭିଆଇପି ସୁରକ୍ଷା, ପ୍ରବେଶ ସ୍ଥାନ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଏବଂ ରୁଟ୍ ଲାଇନିଂକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଭାରେ ପାଖାପାଖି ୫, ୦୦୦ ରୁ ଅଧିକ ଲୋକ ଏକାଠି ହେବେ ବୋଲି ଆକଳନ କରାଯାଉଥିବବେଳେ ଜନତାଙ୍କ ସମାଗମକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଗତିବିଧିକୁ ସୁଗମ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଏବଂ ଯେକୌଣସି ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ ହେବା ନେଇ ସୂଚନା ରହିଛି । ବିଶେଷ କରି ଭଙ୍ଗାରୁଜା ବିରୋଧୀ ପଦକ୍ଷେପ, ଚିକିତ୍ସା ସୁବିଧା, ଅଗ୍ନିଶମ ସେବା ଏବଂ ଟ୍ରାଫିକ ଡାଇଭର୍ସନ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ବ୍ୟବସ୍ଥା ତଦାରଖ କରୁଛନ୍ତି। ଏବଂ ଶାନ୍ତିପୂର୍ଣ୍ଣ ସଫଳ କାର୍ଯ୍ୟକ୍ରମ ସୁନିଶ୍ଚିତ କରିବା ସହ ସୁରକ୍ଷା କର୍ମୀଙ୍କୁ ସହଯୋଗ କରିବା ଏବଂ ଟ୍ରାଫିକ ପରାମର୍ଶ ପାଳନ କରିବାକୁ ଖୋର୍ଦ୍ଧା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Related posts

ପଞ୍ଚଭୂତରେ ଲୀନ ହେଲେ ବାଗ୍ମୀ ରଜତ କର

mahabharatanews

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ , ଅଳ୍ପକେ ବର୍ତିଲେ ୫୦ଉର୍ଦ୍ଧ ବସଯାତ୍ରୀ

mahabharatanews

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜନ ଅଭିଯୋଗ ଶୁଣାଣୀ ବନ୍ଦ

mahabharatanews