ମନୋରଞ୍ଜନ

ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତା ବିବେକ ଦହିୟା

(ମୁମ୍ବାଇ) : ସିରିଏଲଏ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡିଥିବା   ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ବିବେକ ଦହିୟା ଏବଂ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ବେଶ ଚର୍ଚିତ। ବିବାହକୁ ପ୍ରାୟ ୬ବର୍ଷ ବିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି। ଶୁଣିବାକୁ ମିଳୁଥିଲା ମା ହେବାକୁ ଯାଉଛନ୍ତି ଦିବ୍ୟାଙ୍କା ।

 

ଖବରନୁଯାୟୀ , ବିବେକ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ମୁଁ ବୁଝିପାରୁ ନାହିଁ କାହିଁକି ଏହା ଆମ ସହିତ ସବୁବେଳେ ଘଟେ  ସୋସିଆଲ ମିଡିଆରେ ଏଭଳି ଖବର ଅନେକ ଥର ଆସିଛି, କିନ୍ତୁ ନା, ଦିବ୍ୟାଙ୍କା ଗର୍ଭବତୀ ନୁହଁନ୍ତି। ଯେତେବେଳେ ସେ ଗର୍ଭବତୀ ହେବେ ଆମେ ନିଶ୍ଚିତ ଭାବରେ ପ୍ରଶଂସକମାନଙ୍କୁ ଏହା ବିଷୟରେ କହିବୁ।

ଆମେ ଜଣାଇ ଦଉଛୁ, କି ଦୁହେଁ କିଛି ବର୍ଷ ପରସ୍ପରକୁ ଡେଟ କରିଥିଲେ ଏବଂ ପରେ ୨୦୧୬ରେ ଦିବ୍ୟାଙ୍କା ନିଜ ସହର ଭୋପାଳରେ ବିବେକଙ୍କୁ ବିବାହ କରିଥିଲେ।

Related posts

‘ତାରେକ ମେହେତା କା ଉଲଟା ଚଷମା’ ର ପ୍ରଯୋଜକଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews

୫୬ ବର୍ଷରେ ପାଦ ଥାପିଲେ ଖିଲାଡି ବୟ, ଦର୍ଶକଙ୍କୁ ବଡ ଉପହାର

mahabharatanews

ଖୁବଶୀଘ୍ର ଆସୁଛି ‘ଶ୍ରୀମଦ୍ ରାମାୟଣ’

mahabharatanews