ଓଡିଶା

ଅନେକ ଦେଶରେ ତୃତୀୟ ଲହର ଆସିସାରିଲାଣି: ଡିଏମଇଟି

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଥମିଆସୁଛି । ଲୋକେ ଟିକେ ଆଶ୍ୱସ୍ତ ହେବା ବେଳକୁ ତୃତୀୟ ଲହରକୁ ନେଇ ସତର୍କ ଘଣ୍ଟି ବଜେଇଲେଣି ବିଶେଜ୍ଞ । ଆଜି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଅନେକ ଦେଶରେ ତୃତୀୟ ଲହର ଆସିସାରିଲାଣୁ। ତେଣୁ ଆମକୁ ସତର୍କ ରହିବାକୁ ପଡିବ। ଏବେ ଦେଶରେ ୭ଜଣଙ୍କ ଠାରେ ଡେଲଟା ପ୍ଲସ ଭେରିଆଣ୍ଟ ଦେଖାଦେଇଛି ଓ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଗଲେ ସଂକ୍ରମଣ ଚେନକୁ ବ୍ରେକ କରାଯାଇ ପାରିବ ଓ ଏହାର ବିଶେଷ କୁପ୍ରଭାବ ପଡିବ ନାହିଁ ।
ସେ ଆହୁରି କହିଛନ୍ତି, ଟୀକାକରଣକୁ ବ୍ୟାପକ କରାଯାଉଛି । ଉପାନ୍ତ ଓ ଅ।।ଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଟୀକାକୁ ନେଇ ଭ୍ରମ ରହିଥିବାରୁ ସେମାନଙ୍କୁ ସଚେତନ କରିବାକୁ ପଦକ୍ଷେପ ନିଆଯାଉଛି । ଆମେ ସଚେତନ ରହିଲେ ଓ ଟୀକାକରଣ ଦ୍ୱାରା ତୃତୀୟ ଲହରକୁ ଆମେ ମିଳିମିଶି ପ୍ରତିହତ କରି ପାରିବା । ଅନ୍ୟପଟେ ପୋଷ୍ଟ କୋଭିଡ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି। କୋଭିଡ ଦ୍ବାରା ଶରୀରରେ ଅଙ୍ଗପ୍ରତ୍ୟଙ୍ଗ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛି। ତେଣୁ ଲୋକଙ୍କର ମୃତ୍ୟୁ ହେଉଛି।

 

Related posts

କଂଗ୍ରେସର ମାଲକାନାଗିରି ବନ୍ଦ ଡାକରା

mahabharatanews

ଅଚାନକ ମେଘନାଦ ପାଚେରିରେ ଲାଗିଲା ନିଆଁ

mahabharatanews

ରେଙ୍ଗାଲି ବାମ ପାର୍ଶ୍ୱ ମୁଖ୍ୟ କେନାଲ ରାସ୍ତା ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

mahabharatanews