Uncategorized

ଅଜ୍ଞାତ ବନ୍ଧୁକଧାରୀ ଗୁଳିରେ ଡାକ୍ତରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

କାବୁଲ: ଆଫଗାନିସ୍ତାନର ବାଲଖରେ ଜଣେ ଡାକ୍ତରଙ୍କ ସହ ତାଙ୍କ ଡ୍ରାଇଭରକୁ ଜଣେ ଅଜ୍ଞାତ ବନ୍ଧୁକଧାରୀ ସୋମବାର ସକାଳୁ ଗୁଳିକରି ହତ୍ୟା କରିଛି । ଏହି ଗୁଳିମାଡରେ ସାହିନ କର୍ପୋରେସନର ମୁଖ୍ୟ ଫିଜିସିଆନ ମହମ୍ମଦ ସାଲେହ ଓ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ବୋଲି ବାଲଖ କ୍ଷେତ୍ରର ପୁଲିସ ପ୍ରବକ୍ତା ଅଦିଲ ସାହ ମଦିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆଫଗାନିସ୍ଥାନର ମଜାରେ ସରିଫର ଫେଦ୍ୱାସି ଛକରେ ଅଜ୍ଞାତ ବନ୍ଧୁକଧାରୀ ଡାକ୍ତରଙ୍କ ଗାଡି ଉପରକୁ ଆଖିବୁଜା ଗୁଳି ଚଳାଇଥିଲା । ଏଥିରେ ଡାକ୍ତର ମହମ୍ମଦ ସାଲେହଙ୍କ ସହ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା ।ା ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ।

Related posts

ଅଣ୍ଡର ୱାଲ୍ଡ ଡନ୍ ଦାଉଦ, ତାର ପତ୍ନୀ କରୋନା ଆକ୍ରାନ୍ତ

mahabharatanews

ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କୋରୋନା ପ୍ରଭାବ

mahabharatanews

୪୫ ଜଣଙ୍କ ପୂର୍ବ ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକରେ ମୃତ୍ୟୁ

mahabharatanews