ଭାରତ

ୟୁକ୍ରେନରୁ ସମସ୍ତ ଭାରତୀୟଙ୍କୁ ଫେରେଇ ଆଣିବାକୁ ଚାଲିଛି ଯୋଜନା

(ଦିଲ୍ଲୀ) : ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାର। ସମସ୍ତ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅଧିକ ସଂଖ୍ୟକ ବିମାନ ପଠାଇବାକୁ ଯୋଜନା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ରୁଷ ସୀମାନ୍ତ ଅଞ୍ଚଳରେ ବିପୁଳ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଓ ଯବାନ ମୁତୟନ କରିଛି। ଯେକୌଣସି ମୁହୂର୍ତ୍ତରେ ରୁଷ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ଭାରତ ସରକାର ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀମାନଙ୍କୁ ସ୍ୱଦେଶ ଫେରି ଆସିବାକୁ କହିଛନ୍ତି। ଏହାକୁ ନେଇ ସେମାନେ ଆତଙ୍କିତ ହୋଇଛନ୍ତି ଓ ବିମାନ ଟିକେଟ ନ ମିଳିବାରୁ ଚିନ୍ତାରେ ରହିଛନ୍ତି। ଏନେଇ ଖବର ମିଳିବା ପରେ ଭାରତ ସରକାର ସମସ୍ତଙ୍କୁ ଆଶ୍ୱସ୍ତ ରହିବାକୁ ପରାମର୍ଶ ଦେଇଛନ୍ତି।

 

Related posts

ଲୋକସଭା ନିର୍ବାଚନର ପରିଣାମ ସହିତ ଦେଶରେ ନୂଆ ଅଧ୍ୟାୟ ଆରମ୍ଭ

mahabharatanews

ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

mahabharatanews

“ଯେଉଁମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି, ସେମାନେ ବର୍ତ୍ତମାନ ଦଳ ପରିଚାଳନା କରୁଛନ୍ତି”

mahabharatanews