ଭାରତ

ଲୋକସଭା ନିର୍ବାଚନର ପରିଣାମ ସହିତ ଦେଶରେ ନୂଆ ଅଧ୍ୟାୟ ଆରମ୍ଭ

(ଦିଲ୍ଲୀ) : ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆଜମଗଡ଼ରେ ଅନୁଷ୍ଠିତ ଇଣ୍ଡି ମେଣ୍ଟ ରାଲିରେ କହିଛନ୍ତି ଯେ ଜୁନ୍‌ ୪ରେ ଦେଶ ଏକ ନୂଆ ଫିଲ୍ମ ଦେଖିବ। ଲୋକସଭା ନିର୍ବାଚନର ପରିଣାମ ସହିତ ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହେବ।

ସୂଚନାନୁଯାୟୀ , ଇଣ୍ଡି ମେଣ୍ଟ ବହୁତ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି ବୋଲି ମତ ରଖି ଅଖିଳେଶ କହିଛନ୍ତି, ରାଜ୍ୟରେ କଂଗ୍ରେସ-ସପା ମେଣ୍ଟ ୭୦ରୁ ଅଧିକ ଆସନ ହାସଲ କରିବା ନିଶ୍ଚିତ। ମାୟାବତୀଙ୍କ ନେତୃତ୍ବାଧୀନ ବିଏସ୍‌ପି ଏବଂ ବିଜେପି ଭିତରେ ଭିତିରି ବୁଝାମଣା ହୋଇଛି ଏବଂ ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଅଖିଳେଶ କହିଛନ୍ତି। ପ୍ରତ୍ୟେକ ପର୍ଯ୍ୟାୟ ଭୋଟ୍‌ ସହ ଇଣ୍ଡି ମେଣ୍ଟ ଅଧିକ ସଶକ୍ତ ହୋଇଛି ଏବଂ ଆଉ ଦୁଇ ପର୍ଯ୍ୟାୟରେ ଏହା ୩ ଶହ ଆସନ ଅତିକ୍ରମ କରିବା ସ୍ପଷ୍ଟ ହୋଇଗଲାଣି ବୋଲି ସେ କହିଛନ୍ତି। ଭୋଟ୍‌ ସରିଥିବା ୫ଟି ପର୍ଯ୍ୟାୟରେ ବିଜେପିର ଲଗାତାର ପତନ ହୋଇଛି ଏବଂ ବିଜେପି ନେତାମାନେ ଏବେ କେବଳ ସାଂପ୍ରଦାୟିକ ରାଜନୀତିରେ ବ୍ୟସ୍ତ ରହିଛନ୍ତି ବୋଲି ଅଖିଳେଶ କହିଛନ୍ତି।

Related posts

୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସ

mahabharatanews

ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍

mahabharatanews

ବିଶ୍ୱ କିଡ୍‌ନି ଦିବସ

mahabharatanews