ଓଡିଶା

ଆରପାରିରେ ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର

(ଭୁବନେଶ୍ୱର) : ପରଲୋକରେ ଭୁବନେଶ୍ବର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର । ଆଜି ସକାଳେ ତାଙ୍କର ସହିଦ ନଗରସ୍ଥିତ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ସୂଚନାନୁଯାୟୀ , ସେ ଜଣେ ସମାଜସେବୀ ଓ ରାଜନେତା ତଥା ଚିକିତ୍ସକ ଭାବେ ବେଶ ଜଣାଶୁଣା ଥିଲେ।  ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ପୈତୃକ ଗ୍ରାମ କଟକ ଜିଲ୍ଲା ଖଣ୍ଡ ସାହିରେ। ସେ ଏମବିବିଏସ୍ ପରେ ଏମଡି କରିଥିଲେ। ସହିଦ ନଗରରେ ସେ ଏକ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ।

 

 

 

 

Related posts

ଦୌଡରାଣୀ ଦୂତିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

mahabharatanews

ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ମିଳିଲା ବନ୍ଧୁକ

mahabharatanews

ଆଠଗଡ ମେଡିକାଲ ପରିସରରେ ଆହାର କେନ୍ଦ୍ର ଉଦ୍ଘାଟିତ

mahabharatanews