ଓଡିଶା

ମରୁଡି ମନୁଷ୍ୟକୃତ ନୁହେଁ : କୃଷିମନ୍ତ୍ରୀ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) :  ସେପ୍ଟେମ୍ବର ପ୍ରଥମ ତାରିଖରୁ ଆରମ୍ଭ ହୋଇଛି ମୌସୁମି ଅଧିବେଶନ । ତେବେ ଅଧି ବେଶନ ଆରମ୍ଭରୁ ହିଁ କଂଗ୍ରେସ ପକ୍ଷରୁ ମରୁଡି ପ୍ରସଙ୍ଗରେ ହଟ୍ଟଗୋଳ ହୋଇଥିଲା । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୧୨.୩୪ ପର୍ୟ୍ୟନ୍ତ ଗୃହ ମୁଲତବି ରହିଥିଲା। ୧୨.୩୪ ପରେ ପୁଣି ଗୃହ କାର୍ୟ୍ୟ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିଥିଲା ।ଅଧିବେଶନରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କର ଅବାନ୍ତର ପ୍ରଶ୍ନ ପାଇଁ ଗୃହରେ ହଟ୍ଟଗୋଳ ହୋଇଥିଲା । ଏଥିରେ ବିରୋଧୀ ଦଳର ନେତା ନରସିଂହ କ୍ଷୁବ୍ଧ ହୋଇ କହିଛନ୍ତି , ରାଜ୍ୟର ମରୁଡ଼ି ପରିସ୍ଥିତି ମୁଲତବି ପ୍ରସ୍ତାବ ଉପରେ ଆଲୋଚନାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ଅବାନ୍ତର । ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୩୦ଜିଲ୍ଲାରୁ ୨୭ଜିଲ୍ଲାରେ ମରୁଡ଼ି । ତେଣୁ ଆଇନ ଅନୁଯାୟୀ ସରକାର ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ିଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ । ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ପ୍ରତିଶତ ଜଳସେଚନ ହେବ ବୋଲି ସରକାର କହିଥିଲେ । ଜଳସେଚନ ନେଇ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନ ହେବା ଲାଗି କ’ଣ ପ୍ରକୃତି ଦାୟୀ?

Related posts

ଦେବଗଡ଼ ଜିଲ୍ଲା ବାରକୋଟ ବିଦ୍ୟୁତ୍ ବିଭାଗର ମକଡ୍ରିଲ

mahabharatanews

ନାବାଳିକାର ବିବାହ ସମୟରେ ପୋଲିସର ଚଢାଉ

mahabharatanews

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

mahabharatanews