ଓଡିଶା

ପାଣିରେ ବୁଡି ନାବାଳକ ମୃତ

ପାରାଦୀପ / ପ୍ରଶାନ୍ତ କୁମାର ସ୍ୱାଇଁ: ବାଲିରେ ଫସିଯାଇ ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତି ପଛପଟରେ ନିର୍ମାଣ ହେଉଥିବା ଏନଆରଏଲ କମ୍ପାନୀ ନିର୍ମାଣ ସ୍ଥାନରେ । ସେହି ବସ୍ତିରେ ରହୁଥିବା ନାରାୟର ମଲ୍ଲଙ୍କ ଦଶବର୍ଷର ପୁଅ ଶଭମ । ପିଲାଙ୍କ ସହିତ ଖେଳିବାକୁ ଯାଇ ଫେରିନଥିଲା ପୁଅ । ପରିବାର ଲୋକେ ଚାରିଆଡେ ଖୋଜା ଖୋଜି କରିବା ପରେ ଖବର ପାଇଥିଲେ ପିଲାଙ୍କ ସହିତ ଖେଳୁଖେଳୁ କମ୍ପାନୀ ବାଲି ଫିଲିଙ୍ଗ ସ୍ଥାନକୁ ଚାଲିଯାଇଥିଲା ।

ଫଳରେ ଧସାବାଲିରେ ଗୋଡ଼ ଖସି ପିଲାଟି ପାଣିରେ ପିଲାଟି ପଡିଯାଇ ଅଚେତ ହୋଇଯାଇଛି । ତେବେ ପିଲାଟିକୁ ମେଡିକାଲ ନେଇଥିଲେ ପରିବାର ଲୋକେ ସେଠାରେ ପିଲାଟିକୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ପିଲାଟି ପାଣିରେ ପଡି ମୃତ୍ୟୁ ବରଣ କରିଥିବା ନେଇ ଶୁଭମର ମାମୁ ଥାନାରେ ଅଭିଯୋଗ କରିଛନ୍ତି। କମ୍ପାନୀ ବାଲି ଫିଲିଙ୍ଗ କରୁଥିବା ସ୍ଥାନରେ ସିକ୍ୟୁରିଟି ବ୍ୟବସ୍ଥା ନ କରି କିଭଳି ବାଲି ଫିଲିଙ୍ଗ କରୁଛି ବୋଲି ପ୍ରଶ୍ନ କରୁଛନ୍ତି ପରିବାର ଲୋକେ । କମ୍ପାନୀ ର ସୁରକ୍ଷା ବ୍ୟବସ୍ଥା ରହିଥିଲେ ପିଲାମାନେ କମ୍ପାନୀ ନିର୍ମାଣ ସ୍ଥାନକୁ କିପରି ଯାଇଥାନ୍ତେ । ଆମ ପିଲାଟିର ମୃତ୍ୟୁ ହୋଇଛି କାଲି ଆଉ କାହାର ଦୁର୍ଘଟଣା ଘଟିପାରେ । ତେଣୂ ଖୁବଶିଘ୍ର ଏହାର ବ୍ୟବସ୍ଥା କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

Related posts

ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ-୧୯ ଆମ୍ବୁଲାନ୍ସରେ ପରିଣତ

mahabharatanews

୨୫୦ କିମି ଚାଲିଚାଲି ଘରେ ପହଞ୍ଚିଲେ ୩ ଶ୍ରମିକ

mahabharatanews

ମାହାଙ୍ଗାରେ ହୃଦୟବିଦାରକ ଗଣହତ୍ୟା: ବଡ ଭାଇ ପରିବାରକୁ ନିପାତ କଲା ସାନ ଭାଇ

mahabharatanews