ଓଡିଶା

ହତ୍ୟା ଅଭିଯୋଗରେ ଡିଏସପିଙ୍କ ପୁଅ ଗିରଫ

ହତ୍ୟା ଅଭିଯୋଗରେ ଗିରଫ ହେଲେ ପୁଲିସ ଅଧିକାରୀଙ୍କ ଦୁଇ ପୁଅ । ବାଙ୍ଗାଲୁରୁରେ ଏକ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଗିରଫ ହୋଇଛନ୍ତି ।କେଶବ ଏବେ କ୍ରାଇମ ରେକର୍ଡ ବ୍ୟୁରୋରେ ଡିଏସପି ଭାବରେ ଦାୟିତ୍ୱରେ ଅଛନ୍ତି ।ଅଭିଯୋଗ ଅନୁସାରେ ବାଙ୍ଗାଲୁରୁରେ ରହୁଥିବା କେଶବଙ୍କର ଦୁଇ ପୁଅ ବାସୁଦେବ ଏବଂ ଅନିରୁଦ୍ଧଙ୍କ ଗତ ସପ୍ତାହରେ ସେଠାକାର ଜଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ସହ ମାଡପିଟ ହୋଇଥିଲା । ମାଡପିଟରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାର ୪ ଦିନ ପରେ ଏବେ ସେହି ବ୍ୟକ୍ତିଙ୍କର ମୃତ୍ୟ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲଏଡ ମେହମିଆ । ଏନେଇ ଦୁଇ ଜଣଙ୍କୁ ବାଙ୍ଗାଲୁରୁ ପୁଲିସ ଗିରଫ କରିଛି । ଏନେଇ ଡିଏସପି ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ତେବେ ଉଭୟ ପକ୍ଷରୁ ମାମଲା ଥାନାରେ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୁରା ଘଟଣା ସାମନାକୁ ଆସିବ ବୋଲି ସେ କହିଛନ୍ତି ।

Related posts

୧୦୬ କରୋନା ସଂଦିଗ୍ଧ ପୃଥକବାସରେ ଅଛନ୍ତି: ବାଗଚୀ

mahabharatanews

“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା” – ପୃଥ୍ୱୀରାଜ ହରିଚନ୍ଦନ

mahabharatanews

ପାଲଲହଡାରେ ପ୍ରତିଭାବାନ ବ୍ୟକ୍ତୁଙ୍କୁ ସମ୍ମାନିତ

mahabharatanews