ଖେଳ

ପରଲୋକରେ ବର୍ଷୀୟାନ ସନ୍ତୋଷ ଟ୍ରଫି ଖେଳାଳି ଇ ହାମସାକୋୟା

ଭୁବନେଶ୍ୱର: ବର୍ଷୀୟାନ ସନ୍ତୋଷ ଟ୍ରଫି ଖେଳାଳି ଇ ହାମସାକୋୟାଙ୍କର କରୋନାରେ ଆଜି କେରଳ ମାଲାପୁରମର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ତାଙ୍କ ପରିବାରର ପାଞ୍ଚଜଣ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ର ପାଇଁ ସନ୍ତୋଷ ଟ୍ରଫି ଖେଳିଥିବା ହାମସାକୋୟା ମାଲାବାର ଅଞ୍ଚଳର ଜଣେ ଭେଟେରାନ୍ ଫୁଟବଲ ଖେଳାଳି ଥିଲେ ।
ସେ ମୋହନ ବାଗାନ୍ ଏବଂ ମହମ୍ମଦାନ୍ ସ୍ପୋର୍ଟିଂ କ୍ଲବରେ ଖେଳିଥିଲେ । କାଲିକଟ ବିଶ୍ୱବିଦ୍ୟାଳୟ ଫୁଟବଲ ଦଳର ପୂର୍ବତନ ଖେଳାଳି ହାମସାକୋୟା ମଧ୍ୟ ନେହେରୁ ଟ୍ରଫିରେ ଜାତୀୟ ଦଳ ପାଇଁ ଖେଳିଥିଲେ। ଗତ ମେ’ ମାସ ୨୧ରେ ସେ ତାଙ୍କ ପରିବାର ସହିତ ନିଜ ସହର ପାରାପାନଙ୍ଗଡିକୁ ଫେରି ଆସିଥିଲେ। ତାଙ୍କ ପତ୍ନୀ ଏବଂ ପୁଅ ପଜିଟିଭ ଚିହ୍ନଟ ହେବ ପରେ ହାମସାକୋୟାଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କୁ ଚିକିତ୍ସାକରାଯାଉଥିଲା ବୋଲି ମାଲାପୁରମ୍ ଜିଲ୍ଲା ମେଡିକାଲ୍ ଅଧିକାରୀ ଡାକ୍ତର କେ ସକିନା କହିଛନ୍ତି।

Related posts

ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍

mahabharatanews

ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ

mahabharatanews

ସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମ

mahabharatanews