Uncategorized

ଲଦାଖରେ ୪.୫ ତୀବ୍ରତାର ଭୂକମ୍ପନ 

ଲଦାଖ: ଆଜି ମଧ୍ୟାହ୍ନ ପ୍ରାୟ ୧ଟା ୧୩ ମିନିଟରେ ଲେହ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଥିଲା । କାରଗିଲର ଉତ୍ତର-ପଶ୍ଚିମରୁ ୧୯ କିମି ଦୂରରେ ଏହି ଭୂକମ୍ପ ହୋଇଛି । ଏଥିରେ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ । ଲଦାଖରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ । ଜୁନ ୨୬ ତାରିଖ ରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା । ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହେବାର କିଛି ସମୟ ପରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଦିନ ୨ଟା ୨ ମିନିଟରେ ୩.୬ ତୀବ୍ରତାର ହୁକମ୍ପ ହୋଇଥିଲା । ସେଠାରୁ ମଧ୍ୟ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ ।

Related posts

ସାବଧାନ, ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ଲଗୁଚାପ !

mahabharatanews

ତାଲିବାନୀଙ୍କ ମଧ୍ୟର ଆନନ୍ଦ ଉଲ୍ଲାସ ନେକଙ୍କ ଜୀବନ ନେଲା

mahabharatanews

ହୁସେନଙ୍କ ଅଗ୍ରୀମ ଜାମିନ ଆବେଦନ ଶୁଣାଣି ସ୍ଥଗିତ

mahabharatanews