(ୱାଇଜଲ୍):ସୋମବାର ଭୋର ସମୟରେ ମିଜୋରାମରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ୪ଟା ୧୦ ମିନିଟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟରସ୍କେଲରେ ଏହାର ତିବ୍ରତା ୫.୩ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ କୁହାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳୀ ଚମକାଇ ଜିଲ୍ଲାର ୨୦ କିମି ଭୂଗର୍ଭ ତଳେ ଥିବା ଅନୁମାନ କରାଯାଉଛି । ଏହି ଭୂକମ୍ପ ପ୍ରଭାବରେ କେତେକ ସ୍ଥାନରେ ଅନେକ ଘର ଓ ରାସ୍ତାଘାଟ ସହ କେତେକ ସ୍ଥାନରେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ତେବେ ଭୋର ସମୟରେ ସମସ୍ତେ ଘରେ ଶୋଇଥିବା ବେଳେ ଭୁକମ୍ପ ହେବାକୁ ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହି ଭୂକମ୍ପର ଉତ୍ପତ୍ତିସ୍ଥଳ ଭାରତ-ମିଆଁମାର ସୀମାନ୍ତ ଅନ୍ତର୍ଗତ ଚମ୍ଫାଇ ଜିଲାର ଜୋଖଟଥର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଜୁନ ୨୧ ଅପରାହ୍ନ ୪ଟା ୧୬ରେ ମଧ୍ୟ ଆସାମ, ମେଘାଳୟ, ମଣିପୁର, ମିଜୋରାମରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିଲା ।