ଦୁର୍ଘଟଣାଭାରତ

ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଭୂକମ୍ପ ଝଟ୍‌କା ଅନୁଭୂତ

ମିଆଁମାର:- ମଙ୍ଗଳବାର ସକାଳୁ ସକାଳୁ ଥରିଲା ମିଆଁମାର ମାଟି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୧୦ରେ ମିଆଁମାରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂମିକମ୍ପର ଗଭୀରତା ୧୫ କିଲୋମିଟର ଥିଲା । NCS ଅନୁଯାୟୀ, ଭୂମିକମ୍ପର ସଠିକ୍ ନିର୍ଦ୍ଦେଶାଙ୍କ ୨୪.୭୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୪.୬୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା । ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

In Myanmar, Earthquakes Add a New, Deadly Threat to Struggling Health  Systems

Related posts

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା

mahabharatanews

ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ

mahabharatanews

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews