Uncategorized

ନିର୍ବାଚନକୁ ନେଇ ଚିନ୍ତାରେ ଇସିଆଇ

ନୂଆଦିଲ୍ଲୀ: ଚଳିତ ବର୍ଷ କିଛି ରାଜ୍ୟରେ ଉପନିର୍ବାଚନ ହେବାକୁ ଥିବା ବେଳେ ବିହାରରେ ବିଧାନସଭା ନିର୍ବାଚନ ହେବ । କିନ୍ତୁ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ନିର୍ବାଚନ କିପରି ହେବ ତାହା ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ଚିନ୍ତା ବଢାଇ ଦେଇଛି । ନିର୍ବାଚନ ହେଲେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ କିପରି ପ୍ରଚାର କରିବେ ଏବଂ ବୈଠକ ଆୟୋଜନ କରିବେ ତାହାକୁ ନେଇ ଚିନ୍ତାରେ ନିର୍ବାଚନ ଆୟୋଗ ପଡ଼ିଛନ୍ତି । ତେଣୁ ଏଥିପାଇଁ ଆୟୋଗ ଦେଶର ସବୁ ରାଜନୈତିକ ଦଳଗୁଡ଼ିକର ପରାମର୍ଶ ଲୋଡ଼ିଛନ୍ତି। ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ନିଜ ନିଜର ପରାମର୍ଶ ପଠାଇବାକୁ ଇସିଆଇ କହିଛନ୍ତି।
ଆୟୋଗ ନିଜ ଚିଠିରେ ବର୍ତ୍ତମାନର କରୋନା ସ୍ଥିତିକୁ ଦର୍ଶାଇଛନ୍ତି। ଆୟୋଗ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ଦେଶରେ କରୋନାର ବ୍ୟାପକତାକୁ ରୋକିବା ପାଇଁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଓ କିଛି ଅନ୍ୟ ଆଇନ ଅଧୀନରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଭିତରେ ଦଳ ଏବଂ ପ୍ରାର୍ଥୀମାନେ କିପରି ନିର୍ବାଚନ ପ୍ରଚାର କରିବେ ଓ ବୈଠକ ଆୟୋଜନ କରିବେ ସେ ନେଇ ରାଜନୈତିକ ଦଳଗୁଡ଼ିକ ପରାମର୍ଶ ଦିଅନ୍ତୁ। ଫଳରେ ମହାମାରୀ ସମୟରେ ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇ ପାରିବ।

Related posts

ଘନ କେଶ ପାଇଁ ଉପକାରୀ ଅଦା

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ବାଦାମ ଫାଲୁଦା

mahabharatanews

ଜାମ୍ମୁର ସମସ୍ତ ବନ୍ଦୀ ରାଜନେତାଙ୍କୁ ଛାଡିବାକୁ ସିପିଆଇର ଦାବି

mahabharatanews