(ଦିଲ୍ଲୀ) : ଦିଲ୍ଲୀ ମତ ଦୁର୍ନୀତି ମାମଲାରେ ଶନିବାର ଅର୍ଥାତ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ବାରମ୍ବାର ସମନ ପଠାଇବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ ଯାହା ପରେ ଅନୁସନ୍ଧାନକାରୀ ସଂସ୍ଥା ସିଏମ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ସୂଚନାନୁଯାୟୀ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜାଣିସୁଣି ସମନକୁ ବାରମ୍ବାର ଏଡାଇ ଚାଲିଛନ୍ତି। ଅତି ସାମାନ୍ୟ କାରଣ ଦର୍ଶାଇ ସେ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ ଆଣିଥିଲା । ଏଜେନ୍ସି ଆହୁରି କହିଛି ଯେ, ଯଦି କେଜ୍ରିୱାଲଙ୍କ ପରି ଜଣେ ଉଚ୍ଚ ପଦଧିକାରୀ ବ୍ୟକ୍ତି ଆଇନକୁ ଅବମାନନା କରିବେ, ତେବେ ସାଧାରଣ ଲୋକ ମାନଙ୍କ ପାଇଁ ଏହା ଏକ ଭୁଲ୍ ଉଦାହରଣ ସୃଷ୍ଟି ହେବ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ପାଞ୍ଚ ଥର ସମନ ପଠାଇବା ପରେ ମଧ୍ୟ ଏହାକୁ ଅଣଦେଖା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
