ଓଡିଶା

୧୧ରେ ନାଏବ ସରପଞ୍ଚ ଲଢ଼େଇ

(ଭୁବନେଶ୍ୱର) : ଏବେ ବି ସରଗରମ ହୋଇପଡିଛି ପଞ୍ଚାୟତ ରାଜନୀତି । ପ୍ରତ୍ୟକ୍ଷ ଭୋଟ ସରିଥିଲେ ହେଁ ନାଏବ ସରପଞ୍ଚ, ବ୍ଳକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚାଲିଛି ଅଙ୍କକଷା । ୧୧ ତାରିଖରେ ପଞ୍ଚାୟତରେ ହେବ ନାଏବ ସରପଞ୍ଚ ଲଢ଼େଇ ।

ସୂଚନାନୁଯାୟୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଭୋଟ ହେବ ୧୩ ତାରିଖରେ । ୧୨ରେ ହେବ ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ଏମିତିକି ବିଧାୟକ ଗୋଷ୍ଠୀ ଓ ବିଧାୟକ ବିପକ୍ଷ ଶିବିର ଭିତରେ ପତିଆରା ଲଢ଼େଇ ଦେଖିବାକୁ ମିଳୁଛି କେତେକ ବ୍ଲକରେ । ସମିତିସଭ୍ୟ ଯୋଗାଡ଼ ପାଇଁ ସବୁ ଲାଗି ପଡ଼ିଛନ୍ତି । ଅପରପକ୍ଷରେ ସରପଞ୍ଚ ବିରୋଧରେ ଲଢ଼ିଥିବା ବିଭିନ୍ନ ଗୋଷ୍ଠୀ ଏକାଠି ହେଲେଣି ନାଏବ ସରପଞ୍ଚ ପଦ ହାତରେ ରଖିବା ପାଇଁ । ଏଥିପାଇଁ ବି ଟଙ୍କା କାରାବାର ହେଉଥିବା ଶୁଣିବାକୁ ମିଳୁଛି ।

Related posts

କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

mahabharatanews

ଆସୁଛି ଧର୍ମ ମାସ, ବାବା ଧବଳେଶ୍ଵରଙ୍କୁ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ 

mahabharatanews

କାଳ ବୈଶାଖୀ ପ୍ରଭାବରେ ରାଇରଙ୍ଗପୁରରେ ବହୁ ଘର ଦ୍ବାର ନଷ୍ଟ

mahabharatanews