ଓଡିଶା

ତେଲନଦୀ ମଝିରେ ୧୨ ଟିକିଆ ହାତୀପଲ

(ବୌଦ) :  ମଝି ନଇରେ ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ୧୨ ଟିକିଆ ହାତୀପଲ ଫସିଥିବାର ଦେଖିବାକୁ ମିଳିଛି । କଣ୍ଟାମାଳ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଆଜି ସକାଳୁ ହାତୀପଲ ନଦୀରେ ଗାଧୋଉଥିବା ଲୋକେ ଦେଖିବାକୁ ପାଇଥିଲେ ।

ସୂଚନାନୁଯାୟୀ ,  ଲୋକ ଗହଳି ହେବାରୁ ମଝିରେ ଅଟକି ଯାଇଥିଲେ ହାତୀ ପଲ l ବିଭିନ୍ନ ସମୟରେ ହାତୀ ଆସି ଗାଁରେ ଘରଦ୍ବାର ଭଙ୍ଗିବା ସହ ଚାଷ ଜମି କ୍ଷତି କରିଦେଉଛନ୍ତି । ସେଥିପାଇଁ ବି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିବା ବେଳେ କଣ୍ଟାମାଳ ବନବିଭାଗ ଟିମ୍ ପହଞ୍ଚି ହାତୀଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଏ ଯାଏଁ ତେଲନଦୀ ମଝିରେ ୧୨ ଟିକିଆ ହାତୀ ପଲ ଫସିରହିଛନ୍ତି ।

Related posts

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

mahabharatanews

STF, ଭୁବନେଶ୍ୱର ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ

mahabharatanews

୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews