ମନୋରଞ୍ଜନ

ୟୁଟ୍ୟୁବର ଏଲ୍‌ଭିଶ୍ ଯାଦବ ଗିରଫ

(ନୋଇଡା) : ନୋଏଡାର ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍‌ଭିଶ୍ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି ।

ସୂଚନାନୁଯାୟୀ , ଏହି ମାମଲାରେ ଏଲ୍‌ଭିଶ୍ ଯାଦବ ମଧ୍ୟ ଜଣେ ଅଭିଯୁକ୍ତ । ଏହି ମାମଲାରେ ରାହୁଲ ନାମକ ଜଣେ ଅଭିଯୁକ୍ତଙ୍କ ସମେତ ପୋଲିସ ୫ଜଣଙ୍କୁ ଗିରଫ କରିଛି । ନୋଏଡା ଡିସିପି ବିଦ୍ୟା ସାଗର ମିଶ୍ର କହିଛନ୍ତି ଯେ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ସିଜନ୍ ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଗଣତି ଦିଲ୍ଲୀ-ଏନସିଆରର ପାର୍ଟୀରେ ମନୋରଞ୍ଜନ ପାଇଁ ସାପ ବିଷ ଯୋଗାଇବା ପାଇଁ ଅନ୍ୟ ପାଞ୍ଚ ଜଣଙ୍କ ସହ ଏଲଭିଶ ଯାଦବଙ୍କୁ ବୁକ୍ କରାଯାଇଥିଲା । ଜଣେ ପଶୁ କଲ୍ୟାଣ କାର୍ଯ୍ୟକର୍ତ୍ତା ଏ ବାବଦରେ ଅଭିଯୋଗ କରିଥିଲେ । ପୋଲିସ ଏହା ପୂର୍ବରୁ ଏଲଭିଶ ଯାଦବଙ୍କୁ ମଧ୍ୟ ପଚରାଉଚରା କରିଥିଲା ଏବଂ ମାମଲାର ତଦନ୍ତ ଚାଲିଥିଲା ।

Related posts

ବଢୁଛି ରଜନୀକାନ୍ତଙ୍କ କ୍ରେଜ; ଧମାଲ କରୁଛି  ଫିଲ୍ମ ‘ଜେଲର’ 

mahabharatanews

ସୁଶାନ୍ତ ସିଂ ରାଜପୁତ ଅମର ହେ ‘

mahabharatanews

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୩ ବର୍ଷ ବୟସ୍କ

mahabharatanews