ମନୋରଞ୍ଜନ

ସାଉଥରେ କାମ କରିବାକୁ ଯାଉଛନ୍ତି କରୀନା କପୁର 

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି କ୍ରୁ’ ପାଇଁ ଚର୍ଚ୍ଚା ଅଛନ୍ତି। ଖବର ମିଳିଛି ଯେ, କରୀନା ଖୁବ ଶୀଘ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ, କରୀନା କନ୍ନଡରେ ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ୍’ରେ ଅଭିନୟ କରିବେ ।

ସୂଚନାନୁଯାୟୀ , ଏହି ଚର୍ଚ୍ଚା ମଧ୍ୟରେ କରୀନା କହିଛନ୍ତି, “ମୁଁ ବହୁତ ବଡ ସାଉଥ୍ ଫିଲ୍ମ କରିବାକୁ ଯାଉଛି। ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ତେଣୁ ସୁଟିଂ କେଉଁଠାରେ ହେବ ମୁଁ ଜାଣେ ନାହିଁ। ମୋର ସମସ୍ତ ପ୍ରଶଂସକଙ୍କୁ ଏହା ଜଣାଇ ମୁଁ ବହୁତ ଉତ୍ସାହିତ ଯେ ମୁଁ ପ୍ରଥମ ଥର ସାଉଥରେ କାମ କରିବାକୁ ଯାଉଛି ।”କିନ୍ତୁ ଯଦି ଏହା ସତ ହୁଏ, ତେବେ କରୀନା ଏବଂ ୟଶଙ୍କୁ ପରଦାରେ ଏକାଠି ଦେଖିବା ପ୍ରଶଂସକଙ୍କୁ ଖୁସି ଦେବ ନିଶ୍ଚୟ ।

Related posts

ମା କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା

mahabharatanews

   ପୋଷାକକୁ ନେଇ ଟ୍ରୋଲ ହେଲେ ମଲାଇକା ଆରୋରା

mahabharatanews

ଚୁମ୍ବନକୁ ନେଇ ଚର୍ଚାରେ ସେଫାଲୀ ଓ ପରାଗ

mahabharatanews