Uncategorized

ଋଣ ପରିଶୋଧ ଅବଧି ୨ ବର୍ଷ ସ୍ଥଗିତ ରହିପାରେ

ନୂଆଦିଲ୍ଲୀ: କରୋନା ପାଇଁ ଦେଶର ଆର୍ଥନୀତି ଧାରଶାୟୀ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨ ବର୍ଷ ପର୍ୟ୍ୟନ୍ତ ଋଣ ପରିଶୋଧ ଅବଧି ସ୍ଥଗିତ କରାଯାଇପାରେ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଛନ୍ତି। ଆଜି ସୁପ୍ରିମକୋର୍ଟରେ ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଋଣ ପରିଶୋଧ ଅବଧି ସ୍ଥଗିତ ରଖିବାକୁ ହୋଇଥିବା ଏକ ଆବେଦନର ଶୁଣାଣି ଅବସରରେ କେନ୍ଦ୍ର ଖଣ୍ଡପୀଠଙ୍କୁ ଏହା କହିଛି । ଗଜେନ୍ଦ୍ର ଶର୍ମା ଏବଂ ଆଇନଜୀବୀ ବିଶାଳ ତିୱାରୀଙ୍କ ଦ୍ୱାରା ଆଗତ ଦୁଇଟି ଆବେଦନର ଆଜି ଶୁଣାଣି କରିଛନ୍ତି । ଆସନ୍ତା କାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟମାନେ ମିଳିତ ଭାବେ ଆଲୋଚନା କରି ସଠିକ୍ ସମାଧାନର ରାସ୍ତା ଖୋଜନ୍ତୁ। ଆବେଦନକାରୀଙ୍କ ମଧ୍ୟରୁ ବିଶାଲ ତିୱାରୀ କହିଛନ୍ତି ଯେ ଏହା ଜନସାଧାରଣଙ୍କ ସ୍ୱାର୍ଥ ଜଡିତ ବିଷୟ । ଗତ ସପ୍ତାହରେ ତିୱାରୀ ଏବଂ ଶର୍ମାଙ୍କ ଦ୍ୱାରା ଦୁଇଟି ଆବେଦନକୁ ଶୀର୍ଷ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଥିଲେ।

Related posts

ମହାରାଷ୍ଟ୍ରରେ ଲାଗୁ ହେବନି ଏନଆରସି: ଉଦ୍ଧବ ଠାକରେ

mahabharatanews

କରୋନା ଚିକିତ୍ସା ଶୀଘ୍ର ସମ୍ଭବ: ନେଦରଣାଣ୍ଡ

mahabharatanews

ସୀରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓଙ୍କୁ ସମନ

mahabharatanews