Uncategorized

ସୀରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓଙ୍କୁ ସମନ

(ଦିଲ୍ଲୀ) : ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ୭ଜଣଙ୍କୁ ସମନ୍। ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାୱାଲାଙ୍କ ସହିତ ୭ ଜଣଙ୍କୁ ସମନ୍ ହୋଇଥିବା ସୂଚନା ମିଳିଛି । ଗତ ଜୁନ୍ ମାସରେ କରୋନାର ଦ୍ବିତୀୟ ଲହରୀ ବେଳେ କୋଭିଶିଲ୍ଡ ଭ୍ୟାକସିନ୍ ନେବାପରେ ଆଣ୍ଟିବଡି ତିଆରି ହୋଇନଥିବାରୁ ତାଙ୍କ ବିରୋଧରେ ଲକ୍ଷ୍ନୌ ଜିଲ୍ଲା ଏବଂ ସେସନ୍ କୋର୍ଟ ସମନ୍ ଜାରି କରିଛନ୍ତି।

ସୂଚନାନୁଯାୟୀ , ୧୨ ଜୁନ୍‌ରେ ଲକ୍ଷ୍ନୌରେ ରହୁଥିବା ପ୍ରତାପ ଚନ୍ଦ୍ର କରୋନା ଭ୍ୟାକସିନ୍ ନେବାପରେ ତାଙ୍କର ଆଣ୍ଟିବଡି ତିଆରି ନହେବା କାରଣରୁ ସେ ଠକେଇ ମାମଲା ରୁଜୁ କରି ଲକ୍ଷ୍ନୌ ଜିଲ୍ଲା କୋର୍ଟରେ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି କରି ଲକ୍ଷ୍ନୌ ଜିଲ୍ଲା କୋର୍ଟ ସୀରମ୍ କମ୍ପାନୀର ମାଲିକ ଆଦାର ପୁନାୱାଲା, ଡ୍ରଗ୍ସ କନଟ୍ରୋଲୋର ଡାଇରେକ୍ଟର, ସ୍ବାସ୍ଥ୍ୟ ସଚିବ, ଆଇସିଏମ୍‌ଆର ଓ ଡବ୍ଳୁଏଚଓ ବିରୋଧରେ ଦାଖଲ ଅଭିଯୋଗର ଶୁଣାଣି କରି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ୧ ଅପ୍ରେଲରେ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

Related posts

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews

ନାଗରିକତା ଅ।ଇନକୁ ନେଇ ଅ।ରଜେଡିର ନିଆରା ବିକ୍ଷୋଭ

mahabharatanews

ଗଡକରିଙ୍କ ବଡ ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ କରାଯାଇ ପାରେ

mahabharatanews