(ମୁମ୍ବାଇ) : ଇମ୍ରାନ ହାସମୀ ତାଙ୍କର ଆଗାମୀ ୱେବସିରିଜ ସୋ’ଟାଇମକୁ ନେଇ ଚର୍ଚ୍ଚାରେ ଅଛନ୍ତି | ମାର୍ଚ୍ଚ ୮ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ୱେବସିରିଜ ରିଲିଜ୍ ହେବ । ଏହା ପୂର୍ବରୁ ଏକ ସାକ୍ଷାତକାରରେ ଇମ୍ରାନ ହାସମୀ ବଲିଉଡରେ ପ୍ରିୟାପ୍ରୀତି ତୋଷଣ ସମ୍ପର୍କରେ ଏକ ବଡ଼ ବିବୃତି ଦେଇଛନ୍ତି। ବଲିଉଡରେ ପ୍ରିୟାପ୍ରୀତି ତୋଷଣ ଅଧିକ ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କରିଆସୁଥିବା ଦାବି ଉପରେ ଇମ୍ରାନ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି , “ବ୍ୟକ୍ତିଗତ ଭାବରେ ଜଣେ କଳାକାର ଏବଂ ମଣିଷ ଭାବରେ ମୁଁ କଙ୍ଗନାଙ୍କୁ ପସନ୍ଦ କରେ। ବୋଧହୁଏ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର କିଛି ଖରାପ ଅନୁଭୂତି ରହିଛି, ଯେଉଁଥିପାଇଁ ସେ ଏଭଳି କହୁଛନ୍ତି । କଙ୍ଗନାଙ୍କ ସହ ମୋର କାମ କରିବାର ଅଭିଜ୍ଞତା ଭଲ ଥିଲା । ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ ପୂର୍ବରୁ ମୁଁ ହିଟ୍ ଫିଲ୍ମ ଦେଇଥିଲେ ବି ‘ଗ୍ୟାଙ୍ଗଷ୍ଟର’ରେ ମୁଁ ଖଳନାୟକ ଭୂମିକାରେ ଅଭିନୟ କରିଥିଲି ଏବଂ କଙ୍ଗନାଙ୍କୁ ମୁଖ୍ୟ ଚରିତ୍ର ମିଳିଥିଲା । ଏହା ପ୍ରାୟ ଏକ ମହିଳା କୈନ୍ଦ୍ରିକ ଚଳଚ୍ଚିତ୍ର ଥିଲା। ସେ ବଲିଉଡକୁ ନୂଆ ଆସି ବି ତାଙ୍କୁ ଭଲ ଚରିତ୍ର ମିଳିଥିଲା | ଏବେ କାହିଁକି ସେ ଏଭଳି ମତ ରଖୁଛନ୍ତି, ତାହା ମୁଁ ଜାଣିନାହିଁ ।
