ମନୋରଞ୍ଜନ

ବାଂଲାଦେଶୀ ଅଭିନେତ୍ରୀ ହୁମାଇରାଙ୍କ ସନ୍ଧେହଜନକ ମୃତ୍ୟୁ  

(ମୁମ୍ବାଇ):  ୩୭ ବର୍ଷ ବୟସରେ ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମୃତ୍ୟୁ ହୋଇଛି । ତେବେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟୁଥିବା ବେଳେ ତାଙ୍କୁ ଢାକାସ୍ଥିତ ଉତ୍ତର ଆଧୁନିକ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ସୂଚନାନୁଯାୟୀ , ତେବେ ବେକରେ ଅସ୍ପଷ୍ଟ ଦଉଡ଼ି ଦାଗ ଥିବା କଥା ଡାକ୍ତରଖାନା କର୍ତ୍ତୃପକ୍ଷମାନେ ପୁଲିସକୁ ସୂଚନା ଦେଇଥିଲେ। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ। ଜନପ୍ରିୟ ଟେଲିଭିଜନ ଅଭିନେତ୍ରୀ ହୁମାଇରାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଗୁରୁବାର ଦିନ ଦୁହେଁ ଝଗଡ଼ା ଲାଗିଥିଲେ। ହୁଏତ ସେହିକାରଣରୁ ସେ ଜୀବନ ହରାଇ ଥାଇ ପାରନ୍ତି ବୋଲି କୁହାଯାଉଛି ।

Related posts

ମା’ଙ୍କ ସହ ନଜର ଆସିଲେ ସଲମାନ

mahabharatanews

ପରଲୋକରେ ଟେଲିଭିଜନ ଉପସ୍ଥାପକ ଉମା ରାମାନନ  

mahabharatanews

ରିଲିଜ ହେଲା ଚଳଚ୍ଚିତ୍ର ‘Sam Bahadur’ର ଟିଜର

mahabharatanews