ଓଡିଶା

ରାସ୍ତାରୁ ଡିଜେଲ ଚାଳିତ ଆମ ବସ୍ ହଟି ଚାଲିବ ଇଭି ଗାଡି

ରାସ୍ତାରୁ ଡିଜେଲ ଚାଳିତ ଆମ ବସ୍ ହଟି ଚାଲିବ ଇଭି ଗାଡି । ଡିଜେଲ ଚାଳିତ ଆମ ବସ୍ କୁ ହଟାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ରାସ୍ତାରେ କେବଳ ଇଭି ବସ୍ ଚାଲିବ। ବର୍ତ୍ତମାନ ଯେତେ ସବୁ ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କାର୍ପ କରାଯିବା ସହ ଇଭି ବସ୍ ଆଣାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏଣିକି ମହିଳାମାନେ ଆମ ବସ୍ ଚଳାଇବେ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ । ତାଲିମ ନେବା ପରେ ମହିଳାମାନେ ସ୍ୱତନ୍ତ୍ର ବସ୍ ଚଳାଇବେ । ଯାହା ଦ୍ୱାରା ମହିଳା ଯାତ୍ରୀମାନେ ଅଧିକ ସୁରକ୍ଷିତ ମନେ କରିବେ ।

Mo Bus Ev Model at Bhubaneswar| Electric AC Mo Bus

Related posts

ଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରଘୁନାଥ ଗମାଙ୍ଗ

mahabharatanews

ପ୍ରଫୁଲ୍ଲଙ୍କ ୨ ପୁଅ ବିଜେପିରେ ମିଶିଲେ, କଡା ସମାଲୋଚନା କଲେ ବ୍ୟୋମକେଶ

mahabharatanews

ନନ୍ଦନକାନନରେ ଟ୍ରାନ୍ସଫର୍ମର ମିଟର ୟୁନିଟ ଫାଟି ୩ ଗୁରୁତର

mahabharatanews