ଓଡିଶା

ଏୟାରପୋର୍ଟ ଉନ୍ନତିକରଣ ପାଇଁ ଉଚ୍ଛେଦ

ଭୁବନେଶ୍ୱର,: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ ଦୁଇଟି ସରକାରୀ ଜାଗାରୁ ପୃଥକ ଭାବରେ ଏନ୍ଫୋର୍ସମେଣ୍ଟ ଟିମ୍ ପୋଲିସ ସହାୟତାରେ ଏହି ଉଚ୍ଛେଦ ହୋଇଛି ଜାଗମରା ମୌଜା ସ୍ଥିତ ପ୍ଲଟ୍ ନଂ 1355, 1356 (ପିଟି), 1357 (ପିଟି) ଓ 1358 (ପିଟି)ରେ 2. 076ଏକର ଏବଂ 0.592ଏକର ସରକାରୀ ଜମିରୁ ଉଚ୍ଛେଦ ହୋଇଛି ଏହି ଜମିରେ ବେଆଇନ ନିର୍ମାଣ ହୋଇଥିବା ଦୋକାନ, ହୋଟେଲ, ଘରଗୁଡିକୁ ମାଟିରେ ମିଶାଇ ଦେଇଛି ବିଡିଏ ଏଥିରେ 26ଟି ଆଜବେଷ୍ଟସ୍ ଘର, ଗୋଟିଏ ଛାତଘର, 6ଟି ଟିଣ ନିର୍ମିତ ଘର ଏବଂ 2ଟି ଲୁହାଗେଟ୍ ଭଙ୍ଗାଯାଇଛି ସମୟ ଅଭାବରୁ ସମ୍ପୂର୍ଣ୍ଣ ହୋଇପାରିନଥିଲା ଉଚ୍ଛେଦ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ୍ ରିଜର୍ଭ ପୋଲିସ ଫୋର୍ସ ସମେତ ଗୋଟିଏ ସେକ୍ସନ୍ ମହିଳା ପୋଲିସ ମୁତୟନ କରାଯାଇଥିଲା ଉଚ୍ଛେଦ ବେଳେ ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର ଦେବୀ ପ୍ରସାଦ ମହାନ୍ତି, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏର ଜମି ଅଧିଗ୍ରହଣ ଅଧିକାରୀ ସୁଜାତା ପାତ୍ର ଏବଂ ଜିଏ ର ଆସିଷ୍ଟାଣ୍ଟ ଡାଇରେକ୍ଟର ଅମିୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ |

Related posts

ଆଉ ୧୦ ପୁଲିସ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ

mahabharatanews

ନାଳରୁ ଶିଶୁକନ୍ୟା ଉଦ୍ଧାର

mahabharatanews

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

mahabharatanews