ଓଡିଶା

ନିଆଁ ଲାଗି ପୋଡିଗଲା ବାହାଘରର ସବୁ ଜିନିଷ

ଭଦ୍ରକ : ସ୍ୱପ୍ନ ଦେଖୁଥିଲା ବାହାଘର ହୋଇଥାନ୍ତା । ହେଲେ ଉଜୁଡି ଗଲା ବାହାଘର ସ୍ୱପ୍ନ । ଭଦ୍ରକ ଧୂଷୁରୀ ଥାନା ଅଧୀନ ଓଳଙ୍ଗ ଗ୍ରାମର ଦିଲ୍ଲୀପ ବାରିଙ୍କ ଘରେ ଘଟିଛି ଅଭାବନୀୟ ଘଟଣା। ପରିବାରର ଗୋଟିଏ ଝିଅ, ବାହାଘର ପାଇଁ ପ୍ରସ୍ତାବ ଲାଗିଲା, ଫାଇନାଲ ମଧ୍ୟ ହେଲେ। ଦିନ କେଇଟା ପରେ ଝିଅର ବାହାଘର ହୋଇ ହାତକୁ ଦି ହାତ ହୋଇଥାନ୍ତା। ସୁନା, ରୁପା, ଟଙ୍କା, ପଲଙ୍କ, ଆଲଣ, ଗଡ଼ରେଜ ଠାରୁ ଆରମ୍ଭ କରି ଗଦି ତକିଆ, ସବୁ ଜିନିଷ ଆସି ସାରିଥିଲା । ହଟାତ ବୃଦ୍ଧା ବୁଢ଼ୀ ‘ମା ଙ୍କର ମୃତ୍ୟୁ ହେଲେ। ମୃତ୍ୟୁର ୧୨ଦିନ ରେ ଘରେ ଅଚାନକ ସଟ ସର୍କିଟରୁ ଘରେ ନିଆଁ ଲାଗିଲା। ଫଳରେ ଝିଅ ବାହାଘର ପାଇଁ ଆଣିଥିବା ସମସ୍ତ ଆସବାବପତ୍ର ସୁନା ଗହଣା ଓ ନଗଦ ଦୁଇରୁ ତିନି ଲକ୍ଷ ଟଙ୍କା ଓ ଅନ୍ୟ ବହୁ ଦରକାରୀ କାଗଜପତ୍ର ଜଳି ପୋଡି ଭସ୍ମ ହୋଇଯାଇଛି। ମଧ୍ୟବର୍ତ୍ତୀ ପରିବାର ହୋଇଥିବାରୁ ଏବେ ଝିଅ ବାହାଘର କେମିତି କରିବେ ବୋଲି କହିଛନ୍ତି ପରିବାର ଲୋକେ। ଅନ୍ୟପକ୍ଷେ ଖବର ପାଇ ଆରଡ଼ି ରାଜସ୍ୱ ନିରୀକ୍ଷକ ଦେବାଶିଷ ରାୟ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷେତିର ଆକଳନ କରି ତହସିଲଦାରଙ୍କୁ ଜଣାଇଛନ୍ତି। ଏବେ ଝିଅ ବାହାଘର ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।

Related posts

ନକଲି ସୋରିଷ ତେଲ ଜବତ, ବ୍ୟବସାୟୀ ଗିରଫ

mahabharatanews

କାରରୁ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ଓଏଏସ ସ୍ତରରେ ଅଦଳବଦଳ

mahabharatanews