ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦେଇଛନ୍ତି ଟିପ୍ସ । ଗତ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା । ଦିଲ୍ଲୀର ତାଲକଟୋର ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୨ ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ ଯୋଗ ଦେଇଥିଲେ ।
ଆଜିର ଯୁବପିଢି ଗୁଗଲରେ ସର୍ଚ୍ଚ କରି ବହୁ ତଥ୍ୟ ପାଉଛନ୍ତି । ତେଣୁ ଆଜିର ପିଢିକୁ ଜ୍ଞାନ ହାସଲ ପାଇଁ ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନେବା ଦରକାର । ଆଜିର ପିଢି ସ୍ମାର୍ଟ ଫୋନରେ ସମୟ ବିତାଉଛନ୍ତି । ଏହି ସମୟର ୧୦ ପ୍ରତିଶତ ସମୟ ବାହାର କରି ପରିବାର ଲୋକଙ୍କ ସହ ଅତିବାହିତ କରିବାର ଆବଶ୍ୟକତା ରହିଛି । ଆମ ନିକଟରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରିବାର କୌଶଳ ରହିଛି । କିନ୍ତୁ ଏଥିପ୍ରତି ମାତ୍ରାଧିକ ଦୁର୍ବଳତା ଉଚିତ ନୁହେଁ ବୋଲି ମୋଦି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ପରୀକ୍ଷାରେ ପାସ ହେବାକୁ ମାର୍କ ରଖିବା ଜୀବନର ଅର୍ଥ ନୁହେଁ । ତେଣୁ ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କ ଉପରେ ପରୀକ୍ଷାର ବୋଝ ନ ଦେବାକୁ ଆହ୍ୱାନ କରିଛନ୍ତି । ଏଥିସହ ସେ ଯୁବପିଢିଙ୍କୁ କହିଥିଲେ, ଅରୁରାଚଳ ପ୍ରଦେଶରେ ଲୋକମାନେ ପରସ୍ପରକୁ ଭେଟିବା ବେଳେ ଜୟ ହୀନ୍ଦ କହି ଅଭିନନ୍ଦନ ଜଣାନ୍ତି । ସେହିପରି ଦେଶରେ ଅନେକ ସ୍ଥାନ ରହିଛି ଯେଉଁଠି ମାତୃଭାଷା ସହ ହିନ୍ଦୀ ଓ ଇଂରାଜୀକୁ ପ୍ରାଧାନ୍ୟ ଦିଆଯାଏ । ତେବେ ଆମକୁ ନର୍ଥ ଇଷ୍ଟ ପରି ହେବା ଜରୁରୀ ।
ଏହି କାର୍ଯ୍ୟକ୍ରମରେ ୧,୦୫୦ ଛାତ୍ରଛାତ୍ରୀ ଦିଲ୍ଲୀର ତାଲକୋଟ ଷ୍ଟାଡିୟମରେ ଉପସ୍ଥି ଥିଲେ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଳା । ଏହି ଅବସରରେ ପିଲାଙ୍କୁ ପ୍ରଧାନମନ୍ତ୍ରୀ ପରୀକ୍ଷା ଉପରେ ସେମାନଙ୍କୁ ପ୍ରସ୍ତୁତି ବିଷୟରେ ପଚାରିବୁଝିଥିଲେ ।
previous post
next post