ଭାରତ

ପୁଣି ବାଣ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ, ୭ମୃତ

(ତାମିଲନାଡୁ) : ତାମିଲନାଡୁରେ ବାଣ ଗୋଦାମରେ ପୁଣି ପ୍ରଚଣ୍ଡ ବିସ୍ଫୋରଣ । ସୋମବାର ଦିନ ଆରିୟାଲୁର ଜିଲ୍ଲାର ଏକ ବାଣ ଗୋଦାମରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି।  ଆରିୟାଲୁର ଜିଲ୍ଲାର କେଲାପାଲୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଭେଟ୍ରିୟୁର ବିରାଗାଲୁରରେ ଘଟିଛି। ତେବେ ଦୁର୍ଘଟଣାଟି ସକାଳ ପ୍ରାୟ ୯ .୩୦ ସମୟରେ ଘଟିଥିବା  ସୂଚନା ମିଳିଛି ।

ପୋଲିସର ଦେଇଥିବା ସୂଚନା ଅନୁସାରେ, ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଚାରିଆଡେ ଭୟଙ୍କର ନିଆଁ ଲାଗିଥିବାର ଦେଖିବା ପାଇଁ ମିଳୁଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Related posts

ଗଣ ଛୁଟି; ବିମାନ କର୍ମଚାରୀଙ୍କୁ ବହିଷ୍କୃତ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

mahabharatanews

ଲଙ୍ଗରରେ ବାସନ ଧୋଇଲେ ରାହୁଲ ଗାନ୍ଧି

mahabharatanews

“ସରକାର ଗଠନ କରିବାକୁ କଂଗ୍ରେସର ଯୋଗ୍ୟତା ନାହିଁ”:ଶିବରାଜ ସିଂ ଚୌହାନ

mahabharatanews