Uncategorized

ଜବତ ବିସ୍ଫୋରକ ଥିବା କାର ହିଜବୁଲ ମୁଜାହିଦ୍ଦିନ ଆତଙ୍କୀର

ଶ୍ରୀନଗର: ଗତକାଲି ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ବିସ୍ଫୋରକ (ଆଇଇଡ଼ି) ଥିବା ସାଣ୍ଟ୍ରୋ କାରର ମାଲିକ ସମ୍ପର୍କରେ ସୂଚନା ହସ୍ତଗତ ହୋଇଛି । ପ୍ରାଥମିକ ଅନୁସନ୍ଧାନରୁ ଶୋପିଆନ୍ ଜିଲ୍ଲାର ଜଣେ ସକ୍ରିୟ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀର ବୋଲି ଜଣାପଡିଛି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବୋମା ନିଷ୍କ୍ରିୟକାରୀ ଦଳ କାରରେ ଥିବା ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିଦେଇଥିଲେ। ତେବେ କାରରେ ଏକ ନକଲି ନମ୍ବର ପ୍ଲେଟ୍ ଲାଗିଥିଲା ଏବଂ କାର ଭିତରେ ଥିବା ଏକ ଡ୍ରମରେ ବହୁ ପରିମାଣର ଆଇଇଡ଼ି ଖଞ୍ଜା ଯାଇଥିଲା। ଏହି ଘଟଣାରେ ଜଣେ ପାକିସ୍ତାନୀ କମାଣ୍ଡର ଫୁଜି ଭୋଇଙ୍କ ସହ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଆଦିଲ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।
ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ କାର୍ୟ୍ୟାନୁଷ୍ଠାନ ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ବୋଲି କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି । ଏଭଳି ଏକ ଆକ୍ରମଣକୁ ପଣ୍ଡ କରିଛୁ ଯାହା ୨୦୧୯ ପୁଲୱାମା ଆକ୍ରମଣ ସହିତ ସମାନ ଥିଲା।

Related posts

୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ରଖିବାକୁ ହେବ: ଗବେଷକ

mahabharatanews

ରାଜ୍ୟସଭାରେ ଶପଥ ଗ୍ରହଣ ପରେ ମୁହଁ ଖୋଲିବେ ଗୋଗୋଇ

mahabharatanews

ଜେଲରେ ଜଳିଗଲେ କଏଦୀ

mahabharatanews