(ଦିଲ୍ଲୀ) : କୁନୋ ଜାତୀୟ ଉଦ୍ୟାନରେ ୩ଟି ଚିତାଙ୍କ ମୃତ୍ୟୁ ପରେ ଚିତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ସୁପ୍ରିମ୍ କୋର୍ଟ । ତେବେ ସେମାନଙ୍କୁ ରାଜସ୍ଥାନ ସ୍ଥାzନାନ୍ତରଣ କରିବା ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଗୁରୁବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ସୂଚନାନୁଯାୟୀ , ଏତେ ସଂଖ୍ୟକ ଚିତାଙ୍କ ପାଇଁ କୁନୋ ଯଥେଷ୍ଟ ନୁହେଁ। ସେଠାରେ ଗୋଟାଏ ସ୍ଥାନରେ ଗୁଡ଼ାଏ ଚିତା ରହୁଛନ୍ତି।ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରରୁ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ସ୍ଥାନାନ୍ତରିତ ହେବାର ୨ ମାସ ମଧ୍ୟରେ ୩ଟି ଚିତା ମୃତ୍ୟୁ ଘଟଣାରେ ବିସ୍ମିତ ହୋଇଥିବା ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ।
