ଭାରତ

ଗଜପତି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଗଜପତି: ଆଜି ଗଜପତି ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ । ଗଜପତି ଜିଲ୍ଲାର ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର କାମ କେତେ ଆଗେଇଛି ସେନେଇ ସମୀକ୍ଷା କରିଛନ୍ତି। ଜିଲ୍ଲାର ବୃହତ ଘଟେକେଶ୍ବର ଜଳସେଚନ ପ୍ରକଳ୍ପ କାମର ମଧ୍ୟ ଅନୁଧ୍ୟାନ କରିଛନ୍ତି । ୨୦୦୫-୦୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ସମ୍ପୂର୍ଣ୍ଣ ହେଲେ ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଜମି ଜଳସେଚିତ ହେବ । ସେହିପରି ସ୍ଥାନୀୟ ଏକ ବିଦ୍ୟାଳୟକୁ ଗସ୍ତ କରି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ।

ସୂଚନା ଅନୁଯାୟୀ, ଏହି ପ୍ରକଳ୍ପରୁ ୩୬ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ । ଏହି ପ୍ରକଳ୍ପରେ ଜଳ ନିଷ୍କାସନ ପାଇଁ ପାହାଡ଼ ମଝିରେ ଏକ ୧୨୮୦ ମିଟର ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ତେବେ ପ୍ରକଳ୍ପର ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ୬୬ କୋଟି ବ୍ୟୟବରାଦ ହୋଇଥିବାବେଳେ ଏବେ ତାହା ୭୦୮ କୋଟିରେ ପହଞ୍ଚିଛି ।ଅନ୍ୟପକ୍ଷେ ଏହି ପ୍ରକଳ୍ପ ପାଇଁ ବିସ୍ଥାପନ କାର୍ଯ୍ୟ ମଧ୍ୟ ଜାରି ରହିଥିବା ସମୟରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଥଇଥାନ ପାଇଁ ଜମି ଚିହ୍ନଟ ସହ ବାସଗୃହ ନିର୍ମାଣ ସରିଥିବା ସମୟରେ କିଛି ପରିବାରଙ୍କ ଥଇଥାନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ।

Related posts

ଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦର

mahabharatanews

ସରିଲା ବୈଠକ, ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ

mahabharatanews

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟର ଫୋଟ

mahabharatanews