(ମୁମ୍ବାଇ) : ବାଦଶାହାଙ୍କୁ ସମନ ପଠାଇଲା ମହାରାଷ୍ଟ୍ର ପୁଲିସ। ଅନଲାଇନ୍ ବେଟିଂ ଆପ୍ ଫେୟାରପ୍ଲେ ଉପରେ ଚାଲିଥିବା ଆଇନଗତ ଅନୁସନ୍ଧାନ ମଧ୍ୟରେ ବାଦଶାହଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ତାଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି ପୁଲିସ। ବେଟିଂ ମାମଲାରେ ପଚରାଉଚରା ପାଇଁ ସାଇବର ସେଲ୍ ପୂର୍ବରୁ ଅନେକ ବଲିଉଡ ଷ୍ଟାରଙ୍କୁ ଡାକିସାରିଥିବା ବେଳେ ଏବେ ବାଦଶାହଙ୍କ ପାଳି ପଡ଼ିଛି।
ସୂଚନାନୁଯାୟୀ , ଏହି ମାମଲାରେ ୪୦ଟି ବଡ ବ୍ୟକ୍ତିତ୍ୱଙ୍କ ନାମ ସାମିଲ ଥିବାରୁ ସମସ୍ତଙ୍କୁ ସମନ ପଠାଇ ପଚରାଉଚରା କରୁଛି ପୁଲିସ। ତେବେ ସମନ ପାଇବା ପରେ ଏପର୍ଯ୍ୟନ୍ତ ବାଦଶାହଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ରାପର ବାଦଶାହ ଆଇପିଏଲ ସମୟରେ ଫେୟାରପ୍ଲେ ଆପର ପ୍ରମୋସନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ସମନ ପଠାଯାଇଛି। ଅନ୍ୟପକ୍ଷରେ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ଆପ୍ ‘ମହାଦେବ’କୁ ନେଇ ଇଡି ଅନୁସନ୍ଧାନ କରୁଛି। ଏହି ମାମଲାରେ ବାଦଶାହଙ୍କୁ ପୂର୍ବରୁ ପଚରାଉଚରା କରିସାରିଛି ଇଡି।
