ଭାରତ

ସିଙ୍ଘୁ ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ସାରା ଦେଶରେ କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ମଧ୍ୟ ସ୍ୱତପ୍ରବୃତ୍ତ ଭାବେ ସମର୍ଥନ କରାଯାଇଛି । ଚକ ଅଖ ସବୁ ଜାମ । କିନ୍ତୁ ଏହାରି ମଧ୍ୟରେ ସିଙ୍ଘୁ ସୀମାରେ ଆନ୍ଦୋଳନକାରୀ ଜଣେ କୃଷକଙ୍କ ପ୍ରାଣବାୟୁ ଉଡିଯାଇଛି । ମୃତକ କୃଷକ ଜଣକ ହେଲେ ଭଗେଲ ରାମ । ଭଗେଲଙ୍କ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ କହୁଛି ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି ।
ଆଜି ସାରା ଦେଶରେ କୃଷି ଆଇନ୍କୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ବନ୍ଦକୁ କଂଗ୍ରେସ, ଆମ ଆଦମୀ ପାର୍ଟି, ଶିବସେନା କୃଷକଙ୍କ ସମର୍ଥନ ରହିଛି। ପଞ୍ଜାବ, ହରିୟାଣା, କେରଳ, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ପୂର୍ଣ୍ଣ ସମର୍ଥନ ମିଳିଛି ।

 

Related posts

ମଣିପୁର ଲଜ୍ୟା : ଭିଡ଼ିଓଟି ସୋସିଆଲ ମିଡିଆରେ ସେୟାର ନକରିବାକୁ ସରକାରଙ୍କ ନିର୍ଦ୍ଦେଶ

mahabharatanews

“ମୋଦୀଙ୍କ ଟିପ୍ପଣୀ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ”:  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

mahabharatanews

ଇମ୍ରାନ ଖାନଙ୍କୁ ମିଳିଲା ୧୪ଦିନ ପାଇଁ ଜାମିନ 

mahabharatanews