ଅପରାଧଓଡିଶା

ଜମିବାଡି ବିବାଦକୁ ନେଇ ଆକ୍ରମଣ କଲେ ଶ୍ୱଶୁରଙ୍କ ପରିବାର

ଜଗତସିଂହପୁର : ମହିଳାଙ୍କ ପରିବାର ଉପରେ ଗଣଆକ୍ରମଣ । ମହିଳା ଥାନାରେ ଏତଲା ଦେବାକୁ ଆସିଥିବା ବେଳେ ଘର ଭାଙ୍ଗିଦେଲେ ଦୁର୍ବୁତ୍ତ । ଶୁଣୁନାହାଁନ୍ତି ଥାନାବାବୁ । ଓଲଟି ମିଳୁଛି ଧମକ । ଏଭଳି ଅଭାବନୀୟ ଘଟଣା ଘଟିଛି  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ।ତିର୍ତ୍ତୋଲ ଥାନା ସାମନ୍ତରାପୁର ଗ୍ରାମପଞ୍ଚାୟତ କୁଳସାମନ୍ତରାପୁର ଗ୍ରାମର ସଞ୍ଜୁଲତା ନାୟକଙ୍କ ପରିବାର ଉପରେ ଜମିବାଡ଼ି ବିବାଦକୁ ନେଇ ଦାଦା ଶଶୁରଙ୍କ ପରିବାର ଓ ତାଙ୍କ ସମର୍ଥକ ମାନେ ଗଣଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସଞ୍ଜୁଲତା ନିଜ ଘରବାରି ଜମି ଉପରେ ଘର କରୁଥିବା ବେଳେ ପ୍ରତିପକ୍ଷ ମାନେ ତାଙ୍କ ଉପରେ ଠେଙ୍ଗାବାଡି ଧରି ଗଣଆକ୍ରମଣ କରିଥିଲେ । ପରିବାର ଓ ତାଙ୍କ ଜୀବନ ଉପରେ ବିପଦ ଥିବାରୁ ସେ ତିର୍ତ୍ତୋଲ ଥାନାରେ ଅପରାହ୍ନ ୪ଟା ବେଳେ ପହଞ୍ଚି ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରି ନଥିବା ବେଳେ ଏତଲା କାରିଣୀ ସଞ୍ଜୁଲତା ଥାନାରେ ଥିବା ବେଳେ ପ୍ରତିପକ୍ଷ ମାନେ ସଞ୍ଜୁଲତାଙ୍କ ନିର୍ମାଣାଧିନ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସଞ୍ଜୁଲତା ଭୟଭୀତ ଥିବା ବେଳେ ପୋଲିସ ଘଟଣାସ୍ଥଳକୁ ନଯାଇ ଓଲଟା ଏତଲାକାରିଣୀଙ୍କୁ ଧମକଚମକ ଦେଇଥିବା କୁହାଯାଇଛି । ଏସମ୍ପର୍କରେ ମତାମତ ଜାଣିବାକୁ ତିର୍ତ୍ତୋଲ ଥାନା ଅଧିକାରୀ ଯୁଗଳକିଶୋର ଦାସଙ୍କୁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଅପରପକ୍ଷରେ ଘଟଣାର ଅନୁସନ୍ଧାନକାରୀ ଅଧିକାରୀ ଓ ଅତିରିକ୍ତ ଥାନା ଅଧିକାରୀଙ୍କ ଉତ୍ତର ପୋଲିସ ପ୍ରଶାସନିକ ବ୍ୟବସ୍ଥାର ନଗ୍ନ ନମୁନା ସାଜିଛି । ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଉତ୍ତେଜକ ପରିବେଶ ଲାଗି ରହିଛି । ଏତଲାକାରିଣୀ ଜୀବନ ଭୟରେ ଥିବା ବେଳେ ପୋଲିସ ଚହଲା ପାଣିରେ ଗୋଡ ବୁଡାଉନଥିବା ଅଭିଯୋଗ ହୋଇଛି ।

 

Related posts

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର

mahabharatanews

ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍

mahabharatanews

ବସ-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ

mahabharatanews