ମନୋରଞ୍ଜନ

‘ଦି କେରଳ ଷ୍ଟୋରୀ’ ପରେ ଆସୁଛି ‘ବସ୍ତର’

(ଛତିଶଗଡ଼) : ‘ଦି କେରଳ ଷ୍ଟୋରୀ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ଟିମ ବର୍ତ୍ତମାନ ଛତିଶଗଡର ବସ୍ତରକୁ ନେଇ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି । ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ବାସ୍ତବରେ ଗତକାଲି ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ଘନ ଜଙ୍ଗଲ, ନକ୍ସଲମାନଙ୍କ ଉପସ୍ଥିତି, ବନ୍ଧୁକ ଏବଂ ଆତଙ୍କକୁ ଦର୍ଶାଯାଇଛି । ଫିଲ୍ମର ନାମ ‘ବସ୍ତର’ ରଖାଯାଇଛି ।

ସୂଚନାନୁଯାୟୀ , ଏହି ଚଳଚ୍ଚିତ୍ରଟି ବସ୍ତରର ନକ୍ସଲ ସମସ୍ୟା ଉପରେ ଆଧାରିତ ହୋଇପାରେ। ଛତିଶଗଡରେ ପ୍ରଥମ ଥର ପାଇଁ ଏକ ବଡ ବଜେଟରେ ବଲିଉଡ ଫିଲ୍ମ ନିର୍ମାଣ କରାଯାଉଛି। ସେଥିପାଇଁ ପୋଷ୍ଟର ଲଞ୍ଚ ହେବା ପରଠାରୁ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

 

Related posts

ନିରବି ଗଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

mahabharatanews

ନାଲି ଶାଢ଼ୀ ପିନ୍ଧି ବଧୂ ବେଶରେ ନୟନତାରା

mahabharatanews

ଏକାଠି ଲେଖାଯାଇଛି ଗାୟତ୍ରୀ ମନ୍ତ୍ର ଓ କଲମା…

mahabharatanews