ବିଶ୍ୱ

ଐତିହାସିକ କୋଠାରେ ଅଗ୍ନିକାଣ୍ଡ 

(କୋପେନହେଗନ) : କୋପେନହେଗନର ଏକ ପୁରାତନ ତଥା ଐତିହାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କୋଠାର ଶିଖରଟି ଭାଙ୍ଗି ଯାଇଛି। ଏହି କୋଠାଟି ସପ୍ତଦଶ ଶତାବ୍ଦୀର ଅଟେ ଯେଉଁଠାରେ କେବଳ ଡେନମାର୍କ ନୁହେଁ ସମଗ୍ର ବିଶ୍ବର ଅନ୍ୟତମ ସବୁଠାରୁ ପୁରୁଣା ଷ୍ଟକ ଏକ୍ସଚେଞ୍ଜ ରହିଥିଲା । ଏହି ସ୍ଥାନ ଏକଦା ଡେନମାର୍କର ଆର୍ଥିକ ଗତିବିଧିର କେନ୍ଦ୍ର ଥିଲା ।

ସୂଚନାନୁଯାୟୀ ,ମଙ୍ଗଳବାର ଏହି କୋଠାରେ ହଠାତ୍ ନିଆଁ ଲାଗିଯାଇଥିଲା।  ଯେଉଁଠାରେ ସଂସଦ ବି ଅବସ୍ଥିତ । ଏହା ପର୍ଯ୍ୟଟନର ଏକ ଲୋକପ୍ରିୟ କେନ୍ଦ୍ର ଭାବରେ ବିବେଚନା କରାଯାଏ । ଏହାର ସ୍ୱତନ୍ତ୍ର ଶିଖର ବେଶ୍ ଆକର୍ଷଣୀୟ। ୪ଟି ଡ୍ରାଗନର ଲାଞ୍ଜ ଆକୃତି ଥିବା ଏହି ଶିଖରଟି ର ଉଚ୍ଚତା ୫୬ ମିଟର ଥିଲା । ଏହା ସପ୍ତଦଶ ଶତାବ୍ବୀରେ ନିର୍ମିତ ହୋଇଥିଲା, ଅର୍ଥାତ ଏହା ୪୦୦ ବର୍ଷ ପୁରୁଣା । ଡେନମାର୍କ ଇତିହାସରେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ଥିଲା ।

Related posts

ୟୁନିଫିକେସନ ଚର୍ଚ୍ଚକୁ ୧ ମିଲିୟନ ଡଲାର ଦାନ କଲେ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ

mahabharatanews

ଯୁଦ୍ଧ ବିରୁଦ୍ଧରେ ମନ୍ତବ୍ୟ ଦେଇ ଲାଇଭ ଟିଭି ସୋରେ ପ୍ରବେଶ କଲେ ରୁଷ ମହିଳା

mahabharatanews

ଉଗ୍ର ରୂପ ନେଲା ସୀମା ବିବାଦ: ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବିନିମୟ

mahabharatanews