ଭାରତ

ଆଜି ଦେଶ ପାଳୁଛି ପବିତ୍ର ଶ୍ରୀରାମ ନବମୀ 

ଆଜି ଦେଶରେ ପବିତ୍ର ଶ୍ରୀରାମ ନବମୀ ପାଳନ ହେଉଛି। ଏହାକୁ ଅତ୍ୟନ୍ତ ଧୁମ୍ ଧାମରେ ପାଳନ କରିବା ପାଇଁ ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ପ୍ରସ୍ତୁତି ପର୍ବ ଗତ ୧୫ଦିନ ହେବ ଜାରୀ ରହିଛି। ଶୋଭାଯାତ୍ରା ଯେଭଳି ଶାନ୍ତି ପୁର୍ଣ୍ଣରେ ହେବ ସେ ନେଇ ନିଜେ ଏସପି ଅଭିନବ ସୋନକର ନିଜେ ଜୟପୁର ଆସି ତଦାରଖ କରିଥିଲେ। ଏସପି ଶ୍ରୀ ସୋନକର, ଏସଡିପିଓ ଅଙ୍କିତ ବର୍ମା, ଟାଉନଥାନ ଅଧିକାରୀ ରମଣୀ ରଂଜନ ଦଳାଇ ଓସଦରଥାନା ଅଧିକାରୀ ଇଶ୍ବର ତାଣ୍ଡିଙ୍କୁ ନେଇ ଯେଉଁ ରାସ୍ତାରେ ଶୋଭାଯାତ୍ରା ଯିବ ତାହାର ନିରୀକ୍ଷଣ କରିବା ସହ ଆଲୋଚନା କରିଥିଲେ।

ସୂଚନାନୁଯାୟୀ , ସହରର ପାୱାରହାଉସ ଛକରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରା ସହର ମଧ୍ୟ ଦେଇ ମାଦଳାସାହି, ଜଗନ୍ନାଥମନ୍ଦିର, ସାମନ୍ତରାୟ ସାହି, ଗଙ୍ଗାନଗର ଦେଇ ରାଜନଅର, ମୁଖ୍ୟରାସ୍ତା ଦେଇ ମୁଖ୍ୟଟ୍ରାଫିକ ଛକ, ପାରାବେଡ଼ା ଟ୍ରାଫିକ ଛକ, ଅଧିକାରୀ ଛକ ଦେଇ  ଦଶହରାପଡ଼ିଆରେ ପହଚିଂବ। ଏଥି ପାଇଁ ଆୟୋଜକଙ୍କ ପକ୍ଷରୁ ଏହି ରାସ୍ତାରେ ଗେରୁଆ ରଂଗର ପତ୍ତାକା ଲଗାଯାଇଛି।

Related posts

ପରଲୋକରେ ପାୱାର ପଏଣ୍ଟର ସହ ସ୍ରଷ୍ଟା 

mahabharatanews

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼

mahabharatanews

ତଲାକ ଆଇନ ରଦ୍ଦ 

mahabharatanews